୭୨ ହଜାର ଟପିଲା ସୁନା

୭୨ ହଜାର ଟପିଲା ସୁନା


ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚôଛି ସୁନା ।   ମଧ୍ୟପ୍ରାଚ୍ୟ ରାଜନୈତିକ ସମସ୍ୟା ଏବଂ ବର୍ଦ୍ଧିତ ·ହିଦା ଧାତୁର ଚମକକୁ ବଢାଇ ·ଲିଛି । କ୍ରମାଗତ ଭାବେ ଏହା ନୂଆ ରେକର୍ଡ  ଯୋଡ଼ି ·ଲିଛି । ସୁନା ୭୨,୦୦୦ ଟଙ୍କା ଅତିକ୍ରମ କରିଛି । ଆଗକୁ ବିବାହ ଋତୁ ଏବଂ ଅକ୍ଷୟ ତୃତୀୟା ଥିବାବେଳେ ·ହିଦା  ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ଇରାନ-ଇସ୍ରାଏଲ୍  ଯୁଦ୍ଧ ଆଶଙ୍କାରୁ ଦର ଆହୁରି ବଢିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି  । ଏଭଳି ସ୍ଥିତିରେ ନିବେଶକ ଉତ୍ସାହିତ ଥିବାବେଳେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ·ହିଦା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି  । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା  ୨୪ କ୍ୟାରେଟ୍ ସୁନା ଦର ୩୮୦ ଟଙ୍କା ବୃଦ୍ଧି ପାଇ ୭୨,୧୧୦ ଟଙ୍କା ହୋଇଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୩୫୦ ଟଙ୍କା ବଢି ୬୬,୧୦୦ ଟଙ୍କାରେ ପହଞ୍ଚôଛି ।  ରୁପା ମଧ୍ୟ ନୂଆ ରେକର୍ଡ ଯୋଡ଼ି ·ଲିଛି । ରାଜଧାନୀ  ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ୧୦୦୦ ଟଙ୍କା ମହଙ୍ଗା ହୋଇ ୮୯,୦୦୦ ଟଙ୍କା ଛୁଇଁଛି ।  ଏ ବର୍ଷ ସୁନା ଦର ୮୦,୦୦୦ ଛୁଇଁବା ନେଇ ଆକଳନ  କରିଛନ୍ତି ବଜାର ବିଶେଷଜ୍ଞ । ବର୍ଦ୍ଧିତ ·ହିଦା ଏବଂ ମଧ୍ୟପ୍ରାଚ୍ୟ ରାଜନୈତିକ ଅସ୍ଥିରତା ଯୋଗୁ ଏହା ରକେଟ୍ ବେଗରେ  ବଢି·ଲିଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ପାଖାପାଖି ୯,୦୦୦  ଟଙ୍କା ମହଙ୍ଗା ହୋଇଗଲାଣି ।.
ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪-୨୫  ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ  ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ  ୩ଟି ହ୍ରାସ କରିପାରେ । ଫେଡେରାଲ ରିଜର୍ଭର ଏ ବିବୃତି ସୁନାକୁ ଅଧିକ ମଜଭୁତ କରୁଛି ।  ସୁନା ଦର ବଢିବାର ଆହୁରି ଅନେକ କାରଣ ରହିଛି ।  ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ଆଗାମୀ ବିବାହ ଋତୁ ଯୋଗୁ  ·ହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ  ଦର ବଢି ଚାଲିଛି ।