ରହସ୍ୟ ଘେରରେ ଟ୍ରେନକୁ ଗୁଳିମାଡ଼ ଘଟଣା ଜାଣି ପାରୁନି ରେଳ ବିଭାଗ
ାା ପ୍ରଭାନୁ୍ୟଜ ।ା ଭଦ୍ରକ: ଚଳନ୍ତା ଟ୍ରେନକୁ ଗୁଳିମାଡ଼ ଘଟଣା ଏବେ ରହସ୍ୟ ଘେରରେ । ଏହା ପ୍ରକୃତରେ ଗୁଳି ନା ପଥର ତାହା ଜାଣିବାକୁ ରେଳ ବିଭାଗର ସବୁ ପରୀକ୍ଷା ନିରୀକ୍ଷା ତଦନ୍ତ ଚାଲିଛି, କିନ୍ତୁ କହି ପାରୁ ନାହାନ୍ତି ଏହା କଣ ଘଟଣା । ଯଦି ଗୁଳି ତାହେଲେ ଗୁଳି କରି ଖସିଗଲା ଦୁର୍ବୃତ୍ତ କୁହାଯିବ । ଅଳ୍ପକେ ବର୍ତ୍ତୀ ଗଲେ ଟ୍ରେନ ମ୍ୟାନେଜର ବୋଲି କୁହା ଯାଉଛି । ଏଭଳି ଘଟଣା ଘଟିଛି ଭଦ୍ରକ ଓ ବାଉଦ ପୁର ଷ୍ଟେସନ ମଧ୍ୟରେ ଥିବା ୧୧୯ ନଂ ଗେଟ ନିକଟରେ ।
ତେବେ ଏହି ନନ୍ଦନ କାନନ ଏକ୍ସପ୍ରେସରର ଟ୍ରେନ ମ୍ୟାନେଜର ବସିଥିବା ବଗି କୁ ୨ ରାଉଣ୍ଡ ଗୁଳି କରିବା ପରେ ଟ୍ରେନ ମ୍ୟାନେଜରଙ୍କ କିଛି ହୋଇନଥିଲା ବେଳେ ଟ୍ରେନର କାଚ କଣା ହୋଇଯାଇଛି ବୋଲି ଅଭିଯୋଗ ପରେ ରେଳବାଇ ପୁଲିସ ଓ ଏଜଚ ଉଭୟ ତନାଘନା ଆରମ୍ଭ କରି ତଦନ୍ତ ଆରମ୍ଭ କରିଛନ୍ତି । ଆଜି ସକାଳ ପ୍ରାୟ ୯.୨୫ ମିନିଟରେ ନୂଆଦିଲ୍ଲୀ ଆନନ୍ଦ ବିହାରରୁ ପୁରୀ ଅଭିମୁଖେ ଭଦ୍ରକ ରେଳ ଷ୍ଟେସନ ପାରି ହୋଇ ଯାଉଥିଲା ନନ୍ଦନ କାନନ ଏକ୍ସପ୍ରେସ । ହଟାତ ବାଉଦପୁର ପାଖ ୧୧୯ ନମ୍ବର ଲେବଲ କ୍ରସିଂଙ୍ଗ ଗେଟ ପାର ହେଉଥିବା ବେଳେ ଜଣେ ଦୁର୍ବୃତ୍ତ ଏହି ଟ୍ରେନରେ ଥିବା ଟ୍ରେନ ମ୍ୟାନେଜର ମହେନ୍ଦ୍ର ବେହେରା ବସିଥିବା ବଗିକୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ପ୍ରଥମେ କରିଥିଲା । ଫଳରେ ତାଙ୍କ ବାଗିର ଗୋଟିଏ କାଚ କଣା ହୋଇଛି । ତେବେ ବଡ଼ ଜୋରରେ ସାଉଣ୍ଡ ପରେ ମହେନ୍ଦ୍ର ଦେଖିଥିଲେ ବାହାରେ ଜଣେ ଦୁର୍ବୃତ୍ତ ପିସ୍ତଲରେ ଗୁଳି ଚଳାଉଛି । କିଛି ସମୟ ପରେ ସେ ବାଉଦ ପୁର ଷ୍ଟେସନରେ ପହଂଚି ଫାଷ୍ଟ ରିପୋର୍ଟିଂ କରି ଅଭିଯୋଗ କରି ଯାଜପୁର ରୋଡ଼ ଷ୍ଟେସନରେ ପହଂଚି ସବୁ କଥା ସେଠାକାର ଷ୍ଟେସନ ମ୍ୟାନେଜରଙ୍କୁ କହିଥିଲେ । ତେବେ ଯାଜପୁର ରୋଡ଼ ଷ୍ଟେସନ ଠାରୁ ପୁରୀ ପର୍ଯ୍ୟନ୍ତ କଡା ସୁରକ୍ଷା ମଧ୍ୟରେ ଟ୍ରେନକୁ ପଠା ଯିବା ପରେ ଏବେ ପୁରୀରେ ରହିଛି ନନ୍ଦନ କାନନ ଆକ୍ସପ୍ରେସ ପହଂଚିଛି । ସେହିପରି ଭାବେ ବାଉଦ ପୁର ଷ୍ଟେସନ ମ୍ୟାନେଜରଙ୍କ ଠାରୁ ଖବର ପାଇ ଭଦ୍ରକ ଷ୍ଟେସନ ମ୍ୟାନେଜର ଘଟଣାର ତଦନ୍ତ ନେଇ ଭଦ୍ରକ ଏଜଚ ପୁଲିସକୁ କହିଥିଲେ । ପରେ ଭଦ୍ରକ ଜି ଆର ପି. ରେଳ ସୁରକ୍ଷା ବଳ ଓ ଭଦ୍ରକ ଟାଉନ ପୁଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲେ । ଏକ ୬ ଜଣିଆ ପୁଲିସ ଟିମ ୧୧୯ ନମ୍ବର ଗେଟ ଠାରୁ ବାଉଦ ପୁର ଷ୍ଟେସନ ପର୍ଯ୍ୟନ୍ତ ଯାଇ ତଦନ୍ତ ଆରମ୍ଭ କରିବା ସହିତ ଗୁଳି କେଉଁଠି ପଡିଛି ତାର ଅନୁଧ୍ୟାନ କରିଥିଲେ । ଏପରିକୁ ଟ୍ରେନ ଲାଇନ ଭିତରେ ଓ ବାହାରେ ଟିକିନିକ ଭାବେ ଅନୁଧ୍ୟାନ କରିଥିଲେ ମଧ୍ୟ ଗୁଳି ପାଇ ନ ଥିଲେ ମଧ୍ୟ ଅଧିକ ତଦନ୍ତ ଚାଲିଛି । ଭଦ୍ରକରେ କାଳୀପୂଜା ଚାଲିଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ରେଳ ବାଇ ପୁଲିସ ମଧ୍ୟ ସଜାଗ ଅଛି । ଏପରି ସ୍ଥଳେ ଲେବୁଲ କ୍ରସିଂଙ୍ଗ ଗେଟ ପାଖରେ ସହ ସହ ଗାଡି ମୋଟର ଥିଲା ବେଳେ କିପରି ଦୁର୍ବୃତ୍ତ ଟ୍ରେନ ଉପରକୁ ଗୁଳି ମାଡ଼ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ରେନ ମ୍ୟାନେଜରଙ୍କୁ ଲକ୍ଷ୍ୟ କରି ଦୁର୍ବୃତ୍ତ ଗୁଳି ମାଡ଼ କରିଥିଲା ନା ଅନ୍ୟ କିଛି ରହସ୍ୟ ଅଛି ତାହାର ତଦନ୍ତ ଏବେ ରେଳ ବାଇ ବରିଷ୍ଟ ଅଧିକାରୀ ମାନେ ଆରମ୍ଭ କରିଛନ୍ତି । ତଦନ୍ତ ଶେଷ ପରେ ଜଣା ପଡିବ ପ୍ରକୃତ ଗୁଳି ହୋଇଥିଲା ନା ଅନ୍ୟ କିଛି ହୋଇଛି । ତାହା ଏବେ ରହସ୍ୟରେ ରହିଛି । ତେବେ ଅନ୍ୟାନ୍ୟ ରେଳବାଇ ଟିମ ମଧ୍ୟ ଆସି ତଦନ୍ତ ଆରମ୍ଭ କରୁଛନ୍ତି ।