ଲୁହରେ ଭିଜିଲା ସହିଦ ଯବାନଙ୍କ ଜନ୍ମମାଟି
ତିହିଡି : ଲୁହରେ ଭିଜିଲା ସହିଦ୍ ଯବାନ୍ ସମ୍ବିତ ଦାସଙ୍କ ଜନ୍ମ ମାଟି । ଭଦ୍ରକ ଜିଲ୍ଲା ·ନ୍ଦବାଲି ବ୍ଲକ ନାଲଗୁଣ୍ଡା ଗାଁର ହଜାର ହଜାର ଲୋକ ସମ୍ବିତଙ୍କ ମର ଶରୀରରକୁ ଶୋଭାଯାତ୍ରାରେ ଗାଁ ଓ ବଜାର ବୁଲାଇ ସାରିବା ପରେ ଗାଁ ଶ୍ମାଶନରେ ହେଲା ଶେଷ କୃତ୍ୟ । ଏପଟେ ନିଜ ଏକମାତ୍ର ପୁଅକୁ ହରାଇ ବାପା, ମାଆ ଛାତି ଫଟା କାନ୍ଦ କାନ୍ଦୁଥିବା ବେଳେ, ସ୍ତ୍ରୀ ଆଖିରୁ ଝରି ଚାଲିଛି ଅନବରତ ଲୁହ । ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, ସ୍ତ୍ରୀ ସସ୍ମିତା ଦାସ ଗତ ୧୧ତାରିଖ ସକାଳ ୬ ଘଟିକାରେ ସ୍ୱାମୀ ଯବାନ ସମ୍ବିତଙ୍କର ଫୋନ କଲ୍ ଆସିଥିଲା । ହେଲେ ଠାକୁର ପୂଜା କରୁଥିବାରୁ ସ୍ତ୍ରୀ କଲ ଉଠାଇ ପାରିନଥିଲେ । ପୂଜା ସାରି ଆସି ଦେଖିଲା ବେଳକୁ ସ୍ୱାମୀ ସମ୍ବିତଙ୍କର ମିସ୍ କଲ ଥିଲା ମାତ୍ର ସେ ଆଉ କଥା ହୋଇ ନଥିଲେ । ପରେ ଫୋନ୍ ଆସିଲା ତାଙ୍କ ସ୍ୱାମୀ ଆଉ ଦୁନିଆରେ ନାହାନ୍ତି । ସେହିପରି ମାଆ ମଧ୍ୟ ଚାରି ଦିନ ତଳେ ପୁଅ ସହ କଥା ହୋଇଥିଲା । ଯବାନ ସମ୍ବିତ ଦାସଙ୍କ ସହିଦ୍ ହେବା ଖବର ଜଣା ପଡିବା ପରେ ଗାଁ ସମେତ ଆଖପାଖ ଗାଁର ଲୋକଙ୍କ ଆଖିରେ ଝରୁଛି ଲୁହ । ନାଲଗୁଣ୍ଡା ଗାଁର ବିଷ୍ଣୁ ମୋହନ ଦାସଙ୍କର ଏକମାତ୍ର ପୁଅ ହେଉଛି ସମ୍ବିତ ଦାସ । ୨୦୦୩ ମସିହାରେ ସେ ଯବାନ ଭାବେ ରେ ଭର୍ତି ହୋଇଥିଲେ । ତେବେ ସମ୍ବିତ ଜାମୁ କାଶ୍ମୀରର ବାନ୍ଦିପୋରାରେ ଡୁ୍ୟଟିରେ ଥିବାବେଳେ, ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ସମ୍ବିତଙ୍କ ମରଶରୀର ନିଜ ଗାଁରେ ପହଞ୍ଚôବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇ ଶ୍ମଶାନରେ ଶେଷ କୃତ୍ୟ କରାଯାଇଛି ।