ରାଜ୍ୟସ୍ତରୀୟ କନିଷ୍ଠ ହ୍ୟାଣ୍ଡବଲ ଉଦ୍ୟାପିତ

ଭଦ୍ରକ:  ଭଦ୍ରକ ଜିଲ୍ଲା ହ୍ୟାଣ୍ଡବଲ ସଂଘ ଆନୁକୁଲ୍ୟରେ ଓ ରାଜ୍ୟ ହ୍ୟାଣ୍ଡବଲ ସଂଘ ସହଯୋଗରେ ପିଏମ୍ଶ୍ରୀ ବିଏମ୍ ବାଗୁରାଉ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୩୦ତମ ରାଜ୍ୟସ୍ତରୀୟ କନିଷ୍ଠ ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍ୟାପିତ ହୋଇଛି । ୮ ଓ ୯ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ୧୮ ଜିଲ୍ଲାରୁ ମୋଟ ୩୨୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଦିଲିପ ରାଏ ଯୋଗ ଦେଇଥିବା ବେଳେ ଅଜୟ କୁମାର ନାୟକ, ଗୋଲକ ନାୟକ ପ୍ରଧାନଶିକ୍ଷକ ପ୍ରଶାନ୍ତ ସାହୁ, ଜିଲ୍ଲା ସଂପାଦକ, ସଭାପତି, କାଉନ୍ସିଲର୍ ସ୍ୱାଗତିକା ନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଦେଇଥିଲେ । ଉଦଯାପନୀ ଉତ୍ସବରେ ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଲ ରାଏ, ରମେଶ ମହାନ୍ତି, ସ୍ୱତନ୍ତ୍ର କ୍ରୀଡ଼ା ଅଧିକାରୀ, ରାଜ୍ୟ ସମ୍ପାଦକ ବିରେନ୍ ବେହେରା, ଡା ରବିନ୍ଦ୍ର ନାୟକ, ତପନ ମିଶ୍ର, ଅଣ୍ଣବ ସିନା ପ୍ରମୁଖ ଯୋଗଦେଇ କୃତି ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବାଳିକା ବର୍ଗରେ ଭୁବନେଶ୍ୱର ଯୁଗ୍ମ ବିଜେତା ହୋଇଥିବା ବେଳେ ପୁରୀ  ବାଳକ ଓ ବାଳିକା ଯୁଗ୍ମରେ ଉପ ବିଜେତା ହୋଇଥିଲା । ସେକ୍ ଗୋଲାପ, ମନୋଜ ସାହୁ, ରବିନାରାୟଣ, ମହାନ୍ତି, ସୁକାନ୍ତ କେନା, ତପନ ମିଶ୍ର, ରାଜେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।