‘ସୁରଭି' ମୂଲ୍ୟାୟନରେ ପାତରଅନ୍ତର ଅଭିଯୋଗ , ବିଇଓ କାର୍ଯ୍ୟାଳୟରେ ଧାରଣା ଦେଲେ ହାରାମଣୀ ହାଇସ୍କୁଲ ଛାତ୍ରୀ
ାା ପ୍ରଭାନୁ୍ୟଜ ।ା ଭଣ୍ଡାରୀପୋଖରୀ: ଗତ ରବିବାର ସାରୋ ଉପ୍ରା ସ୍କୁଲରେ ଅନୁଷ୍ଠିତ ବ୍ଲକସ୍ତରୀୟ ‘ସୁରଭି' ପତିଯୋଗୀତାର ସାଂସ୍କୃତିକ ବିଭାଗର ମୂଲ୍ୟାୟନରେ ପାତର ଅନ୍ତର କରାଯାଇଥିବା ଅଭିଯୋଗ କରି ହାରାମଣୀ ବାଳିକା ଉଚ୍ଚÿବିଦ୍ୟାଳୟର ଛାତ୍ରୀମାନେ ମଙ୍ଗଳବାର ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଭିତରପଟୁ ତାଲା ପକାଇ ଅପରାହ୍ନରେ ଧାରଣା ଦେଇଥିବା ଜଣାଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଧାରଣା ଜାରି ରହିଛି ।