ତୁଳସୀପୁର ଉପ୍ରା ବିଦ୍ୟାଳୟ ବାର୍ଷିକୋସବ
ଭଣ୍ଡାରିପୋଖରୀ: ଏହି ବ୍ଲକର ତୁଳସୀପୁର ଉପ୍ରା ବିଦ୍ୟାଳୟ ବାର୍ଷିକୋସôବ ପ୍ରଧାନଶିକ୍ଷୟତ୍ରୀ ସଶ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବକୁ ମୁଖ୍ୟଅତିଥି ତହସିଲଦାର ସରୋଜକାନ୍ତ ନାୟକ ଉଦଘାଟନ କରିଥିଲେ । ଏଥିରେ ବିଡିଓ ଦେବଦତ୍ତ ଦାଶ ମୁଖ୍ୟବକ୍ତା, ଏବିଇଓ ଅକ୍ଷୟ କୁମାର ଜେନା, ଶିକ୍ଷାବିତ୍ କାର୍ତ୍ତିକ ସ୍ୱାଇଁ, ସରପଞ୍ଚ ରମେଶ ଯେନା, ଶିକ୍ଷାସଂଯୋଜକ ବିଶ୍ୱରଞ୍ଜନ ଶେଣ୍ଢ, ଶିକ୍ଷକ ନେତା ମାୟାଧର ଦାଶ, ସଞ୍ଜୟ ନନ୍ଦ, ଏସ.ଏମ.ସି. ଅଧ୍ୟକ୍ଷ ପ୍ରଭାତ ସାମଲ, ଶିକ୍ଷାବିତ ଗଦାଧର ସାମଲ, ସାହିିତି୍ୟକ ଜଗନ୍ନାଥ ସାମଲ, କବି ରମାକାନ୍ତ ବେହେରା, ପ୍ରଧାନଶିକ୍ଷକ ସୁନାକର ଧଳ, ଶିକ୍ଷକ ସନ୍ତୋଷ ପଣ୍ଡା, ଗଣେଶ୍ୱର ମଲ୍ଲିକ, ସମାଜସେବୀ ଦିଲ୍ଲିପ ସାମଲ, ପରେଶ ସାମଲ, ସୁରେଶ ସାମଲ, ମଦନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଶିକ୍ଷା ପରିବେଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାମନ୍ଦିର ଶୈଖିକ ଓ ସହଶୈଖିକ କାର୍ଯ୍ୟକ୍ରମର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷୟତ୍ରୀ ମିନତୀ ସିଂ ଧନ୍ୟବାଦ ଦେଇଥିଲେ । ୱାର୍ଡ ସଦସ୍ୟା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ରଶ୍ମିରେଖା ନାୟକ ଓ ଅଭିଭାବକମାନେ ଉସôବ ପରିଚାଳନା କରିଥିଲେ ।