ଓଡ଼ପଏଙ୍ଗା ପ୍ରମିୟର୍ ଲିଗ୍ ଉଦ୍ଘାଟିତ
ନାଉଗାଁ : ନାଉଗାଁ ବ୍ଲକ୍ ଘୋଡାନ୍ସ ପଞ୍ଚାୟତର ଓଡ଼ପଏଙ୍ଗା ଗ୍ରାମରେ ଉଦ୍ଘାଟିତ ହୋଇଯାଇଛି ଓପିଏଲ୍ । ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ନାଉଗାଁ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ଦୀପକ କୁମାର ବିଶ୍ୱାଳ ଯୋଗ ଦେଇଥିବା ତାଙ୍କ ସହିତ ଉକ୍ତ ପଞ୍ଚାୟତର ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ଯୁବ ନେତା ସାଶ୍ୱତ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପରେପରେ ସମାଜସେବୀ ଦୀପକ ବିଶ୍ୱାଳ ବିଭିନ୍ନ ଅଞ୍ଚଳରୁ ଆସିଥିବା ଖେଳାଳିମାନଙ୍କୁ ଉସôାହିତ କରିଥିଲେ । ଏହି ଓପିଏଲ୍ରେ ବିଭିନ୍ନ ଅଞ୍ଚଳରୁ ୧୬ଟିମ ଆସିଥିବା ବେଳେ ମୋଟ ୬ ଓଭର ଖେଳା ଯିବାନେଇ ସୂଚନା ମିଳିଛି ।