ରାଜଧାନୀରେ ଚାଞ୍ଚଲ୍ୟ; ରାଜପଥରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ

ରାଜଧାନୀରେ ଚାଞ୍ଚଲ୍ୟ; ରାଜପଥରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ

ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପୁରା ରାଜଧାନୀ । ଏହା ସତ୍ତ୍ୱେ ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଚଳନ୍ତା ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଫଳରେ ରାଜପଥ ଉପରେ ପଡିଛି ମୁଣ୍ଡବିହୀନ ମୃତଦେହ ।

ରସୁଲଗଡରୁ ବାଣୀବିହାର ଓଭରବ୍ରିଜ ଉପରେ ସ୍କୁଟିରେ ଯୁବକ ଯାଉଥିବା ବେଳେ ପଛରୁ ଏକ ବାଇକ୍‌ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ । ଫଳରେ ତାଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ତଳେ ପଡି ଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଯୁବକଙ୍କ ବେକ ଓ ଗୋଡରେ ବି ଗଭୀର ଆଘାତ ଲାଗିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ଗାଡି ଜବତ କରିଛି । ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି । ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।