ୟୁକେନକୁ ମିଳିଲା ନୂଆ ଅସ୍ତ୍ର: ଯୁଦ୍ଧ ଭୂମିରେ ରୋବଟ ସେନା
ଋଷ -ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର କୌଣସି ସୂଚନା ମିଳୁନାହିଁ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି । ଏହା ଭିତରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ସୂଚନା ଅନୁସାରେ ୟୁକ୍ରେନ ସେନା ନିଜ ପାଇଁ ନୂଆ ଅସ୍ତ୍ର ଖୋଜି ବାହାର କରିଛି । ଏଣିକି ୟୁକ୍ରେନ୍ ପକ୍ଷରୁ ଲଢିବ ରୋବଟ୍ ସେନା।
ୟୁକ୍ରେନ ନ୍ୟାଶନାଲ ଗାର୍ଡ ବ୍ରିଗେଡ ଏହି ରୋବର୍ଟକୁ ଏକ୍ଦପେରିମେଣ୍ଟ କରିବା ପରେ ଯୁଦ୍ଧକୁ ଓହ୍ଲାଇଛି ଖାର୍କିବ ଓବ୍ଲାଷ୍ଟାରେ ମୁତୟନ କରାଯାଇଛି । ଏଠାରେ ଥିବା ରୁଷ ଠିକଣାରେ ଅତିର୍କତ ଆକ୍ରମଣ କରିଛି । ରୋବଟିକ ହ୍ବିଲ ଓ ଡ୍ରୋନର ମିଶ୍ରଣରେ ପ୍ରସ୍ତୁତ ହୋଇଛି ଏହି ରବର୍ଟ ସେନା । କୁହାଯାଉଛି ଯୁଦ୍ଧରେ ୟୁକ୍ରେନ ହଜାର ସଂଖ୍ୟକ ସୈନିକଙ୍କୁ ହରାଇସାରିଲାଣି । ଏହା ଭିତରେ ଜେଲେନସ୍କି ରବର୍ଟ ଅଧିକ ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି । ୩୪ମାସ ହେଲାରଇ ଯୁଦ୍ଧ ଚାଲିଛି ।ଏଭଳି ସ୍ଥିତିରେ ରବର୍ଟ ସେନା ବେଶ ଗୁରୁତ୍ବବହନ କରୁଛି ।ଯୁଦ୍ଧରେ ରୁଷ ତୁଳନାରେ ୟୁକ୍ରେନର ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି
ଯୁଦ୍ଧ ମୈଦାନରେ ୟୁକ୍ରେନର ‘ରୋବଟ୍’ସେନା : ସେପ୍ଟେମ୍ବର ମାସରେ ରୋବଟ ସେନାର ଏକ୍ସପେରିମେଣ୍ଟ କରାଯାଇଥିଲା । ଡିସେମ୍ବରରେ ଏହାକୁ ଯୁଦ୍ଧ ମଇଦାନକୁ ଓହ୍ଲାଇଛି ୟୁକ୍ରେନ ।
ଏହାକୁ ରିମୋର୍ଟରେ କଣ୍ଟ୍ରୋଲ କରାଯାଉଛି । ଏହା ସ୍ଥଳ ଓ ଆକାଶପରେ ବ୍ୟବହାର କରିହେବ । ଏଥିରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଲଗାଯାଇଛି । ଏହା ଖୁବ ଶକ୍ତିଶାଳୀ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ।
ଏହା କେବଳ ଆକ୍ରମଣ ନୁହେଁ ଉଡାଣ ସର୍ଭିଲାନ୍ସ, ମାଇନ ଲେଇଙ୍ଗ ସର୍ଭିଲାନ୍ସ କରିପାରେ ।