ଦମ୍ ଅଛି ଯଦି ଟ୍ରମ୍ପଙ୍କୁ ମିଛୁଆ କୁହ : ରାହୁଲ
ାା ଏଜେନ୍ସି ।ା ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଯୁଦ୍ଧବିରତି କଲେ ବୋଲି ଦାବି କରି ଆସୁଛନ୍ତି । ଯଦି ଏହା ମିଛ, ତେବେ ଟ୍ରମ୍ପଙ୍କୁ ମିଛୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁହନ୍ତୁ । ଲୋକସଭାରେ ଅପରେସନ୍ ସିନ୍ଦୂର ଆଲୋଚନା କାଳରେ ଏଭଳି ଆହ୍ୱାନ ଦେଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଟ୍ରମ୍ପ ଯୁଦ୍ଧବିରତି କରିଛନ୍ତି ବୋଲି ୨୯ ଥର କହି ସାରିଲେଣି । ଯଦି ଇନ୍ଦିରାଙ୍କ ସାହସର ମାତ୍ର ୫୦% ସାହସ ଥାଏ ତେବେ ଟ୍ରମ୍ପ ମିଛୁଆ ଓ ସେ ମଧ୍ୟସ୍ଥି କରିନାହାନ୍ତି ବୋଲି ମୋଦି କହିଛନ୍ତି । ସେ କହିଥିଲେଯେ, ଅପରେସନ ସିନ୍ଦୂରର ମାତ୍ର ୩୦ ମିନିଟ୍ ପରେ ଭାରତ ସମର୍ପଣ କରୁବୋଲି ପାକିସ୍ତାନ ଦାବି କରିଥିଲା । କ୍ୟାପଟେନ ଶିବ କୁମାର କହିଲେଯେ, କେତେ ଏୟାରକ୍ରାଫ୍ଟ କ୍ଷତିଗ୍ରସ୍ତ ହୋଇଛି ଆମେ ଜାଣିନାହୁଁ । କେବଳ ରାଜନେତାଙ୍କ ପାଇଁ ଏଭଳି ଘଟିଲା । ସେମାନେ ପାକର ଏୟାର ସିଷ୍ଟମକୁ ଆକ୍ରମଣ ନକରିବାକୁ କହିଲେ । ଅର୍ଥାତ୍ ଆମେ ଆକ୍ରମଣ କଲୁ ହେଲେ ଆମ ପାଇଲଟଙ୍କ ହାତ ବାନ୍ଧି ଦେଲୁ ବୋଲି ରାହୁଲ୍ କହିଛନ୍ତି । ରାଜନାଥ ସିଂ ସଂସଦରେ ଦେଇଥିବା ତଥ୍ୟକୁ ନେଇ ମଧ୍ୟ ରାହୁଲ ପ୍ରଶ୍ନ କରିଥିଲେ ।