ବିଜେପିରେ ମିଶିଲେ ରବୀନ୍ଦ୍ର ଜାଡେ଼ଜା
Rabindra Jadeja

ଭୁବନେଶ୍ୱର : ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେ଼ଜା ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ଜାଜେଡ଼ାଙ୍କ ପତ୍ନୀ ରିଭାବ ଜାଡେ଼ଜା ଏବେ ବିଜେପି ବିଧାୟିକା ଥିବାବେଳେ ସେ ତାଙ୍କର ଓ ସ୍ୱାମୀଙ୍କର ମେମ୍ବରସିପ୍ କାଡର଼୍ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ୨୦୧୯ରେ ରିଭାବା ବିଜେପିରେ ଯୋଗ ଦେଇଥିଲେ । ୨୦୨୨ ନିର୍ବାଚନରେ ସେ ଜାମନଗର ଆସନରୁ ବିଜେପି ପ୍ରାର୍ଥୀ ହେବା ସହ ଆପ୍ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ । ୨୦୨୪ ଟ୍ୱେଂଟି ଟ୍ୱେଂଟି ବିଶ୍ୱକପ୍ ଜିତିବା ପରେ ଜାଡେ଼ଜା କ୍ରିକେଟରୁ ଅବସର ଘୋଷଣା କରିଥିଲେ ।