ସରକାରୀ କୋଠା ସବୁରେ ଲାଗିବ ସୋଲାର ପ୍ୟାନେଲ୍
ଭୁବନେଶ୍ୱର: ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ। ପିଏମ-ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେସକୋ ମଡେଲରେ କୋଠା ହେବ ସୌରଚାଳିତ।ଦେଢ ହଜାର ସରକାରୀ କୋଠା ଚିହ୍ନଟ ହେବ। ଓରେଡ଼ା ପକ୍ଷରୁ କରାଯାଉଛି ସର୍ଭେ। ସର୍ଭେରେ ସହଯୋଗ ଲାଗି ସବୁ ବିଭାଗକୁ ଚିଠି ଲେଖାଯାଇଛି।କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୁକ୍ତ ବିଦ୍ୟୁତ୍ ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ।
ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବା ପରେ ଏହି ଯୋଜନାର ହିତାଧିକାରୀଙ୍କୁ ସବସିଡି ପ୍ରଦାନ କରାଯିବ। ଏହି ଯୋଜନାର ଲାଭ ପାଇବା ପାଇଁ, ଆପଣ ଅଫଲାଇନ୍ ଏବଂ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରିପାରିବେ।