ଆଜି ଠାରୁ ହାଇକୋର୍ଟରେ ଦଶହରା ଛୁଟି

ଆଜି ଠାରୁ ହାଇକୋର୍ଟରେ ଦଶହରା ଛୁଟି

କଟକ: ଗୁରୁବାର ଠାରୁ ଓଡ଼ିଶା ହାଇକୋର୍ଟଙ୍କ ଦଶହରା ଅବକାଶ ଆରମ୍ଭ ହେଉଛି । ଏଥିପାଇଁ ଅଦାଲତ ଅକ୍ଟୋବର ୨୦ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ । ୨୧ ତାରିଖରେ ଅଦାଲତ ପୂର୍ବଭଳି କାର୍ୟ୍ୟ ଆରମ୍ଭ କରିବ । ଏହି ସମୟ ମଧ୍ୟରେ କେବଳ ୧୮ ତାରିଖରେ ଅବକାଶକାଳୀନ ଅଦାଲତ ବସିବ । ସେହିଦିନ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଭିନ୍ନ ଜରୁରିକାଳୀନ ମାମଲାର ଶୁଣାଣି ହେବ । 

ଉଭୟ ବିଚାରପତି ମଧ୍ୟ ପୃଥକ ପୃଥକ ଭାବେ ଆଉ କେତେକ ମାମଲାର ଶୁଣାଣି କରିବେ । ତେବେ ଅକ୍ଟୋବର ୧୪, ୧୫, ୧୭ ଏବଂ ୧୮ ତାରିଖରେ ହାଇକୋର୍ଟ ରେଜିଷ୍ଟ୍ରି କାର୍ୟ୍ୟ କରିବ । ସେହି ଦିନଗୁଡ଼ିକରେ ଜରୁରିକାଳୀନ ମାମଲା ରୁଜୁ କରାଯାଇ ପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର୍‌ (ଜୁଡିସିଆଲ୍‌)ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।