ଏଡସ୍ ରୋଗୀଙ୍କୁ ପ୍ରୋସହନ ଓ ସହଯୋଗ ପାଇଁ ଦାବି
ଯାଜପୁର: ରାଜ୍ୟରେ ୬୩ ହଜାର ୪୩୭ ଏଡସ ରୋଗୀ ଅଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪୨ହଜାର ୫୦୨ ଏବଂ ମହିଳା ୨୦ହଜାର୯୧୫ । ଗତ ୨୧ବର୍ଷରେ ଯାଜପୁର ଜିଲାରେ ୮୨୪ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ମୃତୁ୍ୟ ହୋଇଛି । ଅବଶିଷ୍ଟ ୭୧୦ ଜଣ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଦ୍ୱାରା ଚିକିସôିତ ହେଉଛନ୍ତି । ଜିଲାରେ ଥିବା ଏଡସ ରୋଗୀ ମାନଙ୍କୁ ଉନ୍ନତ ମାନର ଚିକିସôା ସେବା ଓ ପରାମର୍ଶ ପ୍ରଦାନ ପାଇଁ ଜିଲ୍ଲା ଶାଖା ତରଫରୁ ନିଷ୍ଠାର ସହ ଉଦ୍ୟମ କରାଯାଉ ଥିବାର ବିଶ୍ୱ ଏଡସ ଦିବସରେ ମତ ପ୍ରକାଶ ପାଇଛି । ବିଶ୍ୱ ଏଡସ ଦିବସ ଯାଜପୁର ଜିଲା ସଦର ମହକୁମାରେ ପାଳିତ ହୋଇଛି । ପ୍ରାରମ୍ବରେ ସଚେତନତା ଶୋଭାଯାତ୍ରା କୁସୁମା ଠାରୁ ଆରମ୍ବ କରି ଗାନ୍ଧୀଛକ ହୋଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ପହଁଚିଥିଲା । ଶୋଭାଯାତ୍ରାକୁ ସିଡିଏମଓ ପିଏଚଓ ଡକ୍ଟର ଶୀବାଶିଷ ମହାରଣା, ଡାକ୍ତର ଏଡି ପିଏଚଓ ଦେବରାଜ ହାଁସଦା, ଡିପିଏମ ବନ ବିହାର ମିଶ୍ର ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ବ କରିଥିଲେ । ଜିଲା ଚିକିସôା ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିମାନେ ଯୋଗଦେଇ ସଠିକ ମାର୍ଗରେ ଏଡସ ମହାମାରୀର ନିୟନ୍ତ୍ରଣ ସହ ଅଧିକ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଡସ୍ ରୋଗୀଙ୍କୁ ପ୍ରୋସôାହନ ଓ ସହଯୋଗ ପାଇଁ ଏହି କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୁପରଭାଇଜର ଅଶୋକ କୁମାର ନାୟକ ଓ ମାନସ ରଂଜନ ସାମଲ ପରିଚାଳନା କରିଥିଲେ । ଏଏମଏସ ସେଲରେ ମଧୁସୁଦନ ସାଥିଆ, ଦେବେନ୍ଦ ନାଥ ସ୍ୱାଇଁ ଓ ପ୍ରଶାନ୍ତ ସାହୁ ଓ ଏନ.ଆଇ.ଏସ.ଡବଲ୍ୟୁ ରସମସ୍ତ କର୍ମକର୍ତା ଓ ସ୍ୱର୍ଣ୍ଣଲତା ନନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରର ମିଳିଥିବା ସୂଚନା ଅନୁସାରେ ଗତ ୨୦୦୩ ମସିହାରୁ ଅକ୍ଟୋବର ୨୦୨୪ ମସିହା ମ୍ମରେ ଯାଜପୁର ଜିଲ୍ଲାର ଯାଜପୁର ବ୍ଲକରେ ୧୩୧, ବିଂଝାରପୁରରେ ୯୨, ଦଶରଥପୁରରେ ୧୧୧, କାରେଇ ୬୧, ଦାନଗଦୀ ୬୬, ସୁକିନ୍ଦାରେ ୮୯, ରସୁଲପୁରରେ ୬୩, ବରୀରେ ୯୧, ଧର୍ମଶାଳାରେ ୬୬, ବଡଚଣାରେ ୫୪ ଜଣ ଏଡସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯାଜପୁରରେ ୧୧ ଜଣ, ବିଂଝାରପୁର ୧୪ ଜଣ, ଦଶରଥପୁର ୨୨, କୋରେଇ ୧୦ଜଣ, ଦାନଗଦୀରେ ୯ଜଣ, ସୁକିନ୍ଦାରେ ୧୪ଜଣ, ରସୁଲପୁରରେ ୭ଜଣ, ବରୀରେ ୧୩ଜଣ, ଧର୍ମଶାଳାରେ୧୦ଜଣ, ବଡଚଣାରେ ୪ଜଣ ଏଡସ ଆକ୍ରାନ୍ତଙ୍କ ଇତି ମଧ୍ୟରେ ମୃତୁ୍ୟ ହୋଇଛି ।