ବ୍ରହ୍ମବରଦା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମକୁ ଭରସା ମୋବାଇଲ ଲାଇଟ୍
ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମବରଦା : ଏଟିଏମ ଚାଲିଛି ମୋବାଇଲ ଲାଇଟ ଭରଷାରେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ହାଟସ୍ଥିତ ଦୂର୍ଗା ମଣ୍ଡପ ନିକଟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରହ୍ମବରଦା ଶାଖାର ଏକ ଏଟିଏମରେ । ନାନା ସମସ୍ୟା ଦେଇ ଗତି କରୁଥିବା ଏହି ଏଟିଏମ୍ଟିରେ ଲାଗିଥିବା ଦୁଇଟି ଶୀତତାପ ନିୟନ୍ତ୍ରିତ ବିଲକୁଲ କାମ କରୁନି । କାଉଣ୍ଟର ଭିତର ଓ ବାହାର ଲାଇଟ ମଧ୍ୟ ଜଳୁନି । ଫଳରେ ରାତିହେଲେ ଗ୍ରାହକ ମାନଙ୍କ ଚିନ୍ତା ବଢୁଛି । ବ୍ରହ୍ମବରଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଦୈନିକ ଏଟିଏମକାର୍ଡ ଜରିଆରେ ଟଙ୍କା ଉଠାଣ ଓ ଗଣତି ସମୟରେ ମୋବାଇଲ ଲାଇଟର ସାହାରା ନେବାକୁ ପଡୁଛି । ଆଉ ଅନ୍ଧାରରେ ଟଙ୍କା ଉଠାଣ ବେଳେ ଭୁଲପିନ୍ ମାରି ହୋଇଗଲେ ଏଟିଏମ କାର୍ଡ ବ୍ଲକ ହେବାର ଯଥେଷ୍ଠ ସମ୍ଭାବନା ମଧ୍ୟ ଦେଖାଦେଇଛି । ଫଳରେ ଗ୍ରାହକ ମାନେ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ମୁହଁ ଫେରାଇ ନେଇ ନିକଟରେ ଥିବା ଅନ୍ୟ ଦୁଇ ଏଟିଏମ୍ର ସାହାରା ନେଉଥିବାର ଦେଖିବାକୁ ମିଳିଛି । ଅପରପକ୍ଷେ ଦେଖିବାକୁ ଗଲେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ଗ୍ରାହକ ମାନଙ୍କ ଠାରୁ ଏଟିଏମ କାର୍ଡର ବ୍ୟବହାର ବାବଦକୁ ନେଇ ବାର୍ଷିକ ହାରରେ ଟଙ୍କା କାଟିବାରେ ଲାଗିଛି । ସୂଚନାନୁଯାୟୀ ଜଦି ଜଣେ ଗ୍ରାହକ ଏସବିଆଇର ଭିଜା ଏଟିଏମ କାର୍ଡ ବ୍ୟବହାର କରୁଛି ତାହା ହେଲେ ତାକୁ ବାର୍ଷିକ ୨୩୬ ଟଙ୍କା ୨୦ପଇସା ଦେବାକୁ ପଡୁଥିବା ବେଳେ ରୁପେ କାର୍ଡ ବ୍ୟବହାରକାରୀଙ୍କୁ ୧୪୭ ଟଙ୍କା ୫୦ ପଇସା ଦେବାକୁ ପଡୁଛି । ତା ଛଡା ଅନ୍ୟ ଗୋଲ୍ଡ ଓ ପ୍ଲାଟିନମ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ଠାରୁ ମଧ୍ୟ ବାର୍ଷିକ ବିଭିନ୍ନ ଆକାରରେ ଖାତାରୁ ଟଙ୍କା କଟୁଛି । କିନ୍ତୁ ଖାତାରୁ ଟଙ୍କା କଟୁଥିଲେ ମଧ୍ୟ ସେହି ହିସାବରେ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାରେ ବିଫଳ ହୋଇଛି ବ୍ୟାଙ୍କ । ଯେଉଁଥି ପାଇଁ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ତା ଛଡା ବହୁ ସମୟରେ ଉକ୍ତ ଏଟିଏମ କାଉଣ୍ଟରରେ ଟଙ୍କା ରହୁ ନଥିବା ବେଳେ କାଗଜ ଚିରୁକୁଟି ମଧ୍ୟ ବାହାରୁ ନଥିବା ବାରମ୍ବାର ଅଭିଯୋଗ ହେଉଛି । ଆହୁରି ପୁଣି ଏଟିଏମ୍ଟି ସବୁବେଳେ ଅପରିଷ୍କାର ରହିବା ସହ ଭାଙ୍ଗିରୁଜି ମଧ୍ୟ ଗଲାଣି । ପୂର୍ବରୁ ବ୍ରହ୍ମବରଦା ଷ୍ଟେଟ ବ୍ୟାଙ୍କ ଶାଖାର ଜଣେ ସୁରକ୍ଷା କର୍ମୀ ଚାକିରୀ କରେଇ ଦେବା ନାରେ ପ୍ରଲୋଭନ ଦେଖାଇ ଆଖପାଖ ଅଞ୍ଚଳର କିଛି ଲୋକଙ୍କ ଠାରୁ ଟଙ୍କା ନେଇ ଫେରସ୍ତ ନ କରିବା । ବ୍ରହ୍ମବରଦା ଷ୍ଟେଟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟରେ ବ୍ୟାପକ ଅନିୟମିତତା ଦେଖା ଦେଇ ବିବାଦ ଭିତରେ ରହି ଆସିଥିବା ବେଳେ ଏବେ ପୁଣି ଏଟିଏମ କାଉଣ୍ଟରର ଏମିତି ଅବସ୍ଥା ବ୍ରହ୍ମବରଦା ଷ୍ଟେଟ ବ୍ୟାଙ୍କକୁ ପୁଣି ଚର୍ଚ୍ଚାକୁ ଆଣିଛି । ଏଟିଏମତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।