ଆରଆଇଙ୍କୁ ତହସିଲଦାରଙ୍କ ଗାଳି ଗୁଲଜ ଅଭିଯୋଗ
।ା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଏକ ଉଛେଦ ନୋଟିସର କପି ତହସିଲଦାରଙ୍କ ନିକଟରେ ପହଁଚି ପାରିନଥିବାରୁ ଘସିପୁରା ତହସିଲଦାର ନୀଳକଣ୍ଠ ବେହେରା କେଶଦୁରପାଳ ଆରଆଇ ସବିତା ପଣ୍ଡିତଙ୍କୁ ଗାଳି କରିଥିବା ନେଇ ଥାନାରେଅଭିଯୋଗ ହୋଇଛି । ଆରଆଇ ସବିତାଙ୍କ ଅଭିଯୋଗ ଅନୁଯାୟୀ ଜବର ଦଖଲ ଉଛେଦକୁ ନେଇ ଏକ ନୋଟିସ ସମ୍ପୃକ୍ତ ଜବର ଦଖଲକାରୀଙ୍କୁ ହୋଇଥିଲା । ନୋଟିସରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୮ତାରିଖ ଆରଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସୂଚନା ଦିଆଯାଥିଲା । ମାତ୍ର ସେହି ନୋଟିସର କପି ତହସିଲଦାର ନିକଟରେ ପହଁଚି ନଥିବାରୁ ତହସିଲଦାର ଆରଆଇଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଗାଳି କରିଥିଲେ । ଗାଳି ଶୁଣିବା ପରେ ଆରଆଇ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଘସିପୁରା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଏନେଇ ଆରଆଇଙ୍କ ସ୍ୱାମୀ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ତହସିଲଦାର ଶ୍ରୀ ବେହେରା କହିଛନ୍ତି ଯେ ଜିଲାପାଳ ମୋତେ ରିପୋର୍ଟ ମାଗୁଛନ୍ତି । ମାତ୍ର ଆରଆଇ ମୋତେ ରିପୋର୍ଟ ଦେଉନଥିବାରୁ ମୁଁ ଗାଳି କରିଥିଲି ।