ଜଳବାୟୁ ସହନଶୀଳ ଓଦା ଓ ଶୁଖିଲା ଚାଷ ପ୍ରକଳ୍ପ ଲୋକାର୍ପିତ

ବରଗଡ: ବରଗଡ ଜିଲ୍ଲାର ସୋହେଲା ଏବଂ ଭେଡେନ୍  ବ୍ଲକର ଧାନ ଚାଷୀମାନେ ପରମ୍ପରା ଗତ ପ୍ରକ୍ରିୟାରେ ଜଳସେଚନ କରୁଥିବାରୁ ଅଧିକ ଜଳ ବ୍ୟବହାର ହୁଏ ଏବଂ ଜଳ ଅପଚୟ ହୁଏ  । ଏହା ଫଳରେ ବିଭିନ୍ନ ଗ୍ରୀନହାଉସ ଗ୍ୟାସ୍ (ମିଥେନ୍ )ର ପରିମାଣ ବୃଦ୍ଧି ପାଇ ପରିବେଶକୁ କ୍ଷତି କରାଏ  । ଅଦଳବଦଳ ଓଦା ଓ ଶୁଖିଲା ଜଳସେଚନ ପ୍ରକ୍ରିୟା ଏହାର ଏକ ସ୍ଥାୟୀ ବିକଳ୍ପ ଅଟେ  । ଏହା ମିଥେନ୍ ଗ୍ୟାସ୍କୁ କମ୍ କରିବା ସହ ଜଳ ବ୍ୟବହାରକୁ ଶତକଡା ୩୦ ଭାଗ  କମେଇ ଫସଲ ଅମଳକୁ ଶତକଡା ୧୦ ଭାଗ ବଞ୍ଚôଥାଏ । ବରଗଡ ସ୍ଥିତ ହୋଟେଲ ଭିଡି ପାଲେସ୍ଠାରେ ଟିପିଡବ୍ଲୁଓଡିଏଲ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଏକ ଜଳବାୟୁ ସହନଶୀଳ ଓଦା ଓ ଶୁଖିଲା ଚାଷ ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମକୁ ଟିପିଡବ୍ଲୁଡିଓଏଲ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ  ପ୍ରସନ୍ନ କୁମାର ମିଶ୍ର ମିଳିତ ଭାବେ ଲୋକାର୍ପିତ କରିଥିଲେ ।
ମହାଶକ୍ତିର ସମ୍ପାଦିକା ରୋଜାଲିନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲା ଉଦ୍ୟାନ ବିଭାଗର ଉପନିଦେ୍ର୍ଦଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଉଠା ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ସୁର୍ଯ୍ୟ ନାରାୟଣ ତ୍ରୀପାଠୀ, ଟିପିଡବ୍ଲୁଓଡିଏଲର ସିଏସ୍ଆର୍ ମୁଖ୍ୟା ଅରୁଣା ମାରାଣ୍ଡି, ବରଗଡ ସେକ୍ସନ  ଇଞ୍ଜିନିୟର ସୁରେନ୍ଦ୍ର ହୋତା, ସୋହଲା କୃଷି ଅଧିକାରୀ ନିତାଞ୍ଜଳି ବିଶି, ଭେଡେନ କୃଷି ଅଧିକାରୀ  ଲିଙ୍ଗରାଜ ମେହେର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । କର୍ମଶାଳାରେ ଅନୁଷ୍ଠାନର ନିଦେ୍ର୍ଦଶକ ସ୍ମୃତି ରଞ୍ଜନ ସେଠି ଓଦା ଓ ଶୁଖିଲା ଜଳସେଚନ ପଦ୍ଧତି ବିଷୟରେ ଏକ ବିବରଣୀ ଉପସ୍ଥାପନ କରିଥିଲେ  । ବିଜେପୁର ଓ ସୋହେଲା ବ୍ଲକ ଶ୍ରୀଅନ୍ନ ଅଭିଯାନ ତରଫରୁ ମାଣ୍ଡିଆ ଖାଦ୍ୟର ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଭେଡେନ ଓ ସୋହେଲା ବ୍ଲକରୁ ୧୦୦ରୁ ଉଦ୍ଧ୍ୱର୍ ଚାଷୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନାରେ କୃଷି ବିଶେଷଜ୍ଞ ମିହିର ରଞ୍ଜନ ସାଗର, ବ୍ଲକ ସଂଯୋଜକ ପ୍ରିୟଙ୍କା କୁମାରୀ ଓ ମାନସୀ ପଟେଲ, ଜୟରାମ ପରିଡ଼ା  ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରକଳ୍ପ ପରିଚାଳକ  ସୁବୋଧ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।