କ୍ରସର କର୍ମଚାରୀ ହତ୍ୟା ଘଟଣା :ଡ଼ିଜିଙ୍କୁ ଭେଟିଲେ କଂଗ୍ରେସ ନେତା
ଧର୍ମଶାଳା : ଏହି ତହସିଲ ରାହାଡପୁର ପଦ୍ମାବତୀ କ୍ରସର କର୍ମଚାରୀ ଜାରକା ଜାମୁବଣିଆ ଗ୍ରାମର ଅଜୟ ଜେନାଙ୍କ ପୁଅ ଅରଜିତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ଦାବିରେ କଂଗ୍ରେସ ନେତା ପୁଲିସ ଡ଼ିଜିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ହତ୍ୟା ଘଟଣାରେ ସଂପୃକ୍ତ ୪ଜଣଙ୍କ ମଧ୍ୟରୁ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜ୍ଞାନରଂଜନ ମହାପାତ୍ର ଅଦ୍ୟାବଧି ଗିରଫ ହୋଇପାରିନାହିଁ । ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ଦାବି ନେଇ ଧର୍ମଶାଳାର କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ୱରେ ବସନ୍ତ କୁମାର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ତରେଇ, ପ୍ରଫୁଲ୍ଲ କୁମାର ରାୟ, ସଂଜୟ କୁମାର ରାଉତ, ଦୀପକ କୁମାର ବଳ ପ୍ରମୁଖ ଏକ ଟିମ ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଘଟଣାରମୁଖ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରକାଶ ଥାଉକି, ଗତ ଏପ୍ରିଲ ୩୦ ତାରିଖରେ ଧର୍ମଶାଳା ବ୍ଲକ ଜାରକା ସ୍ଥିତ ଜାମୁବଣିଆ ଗ୍ରାମର ଅଜୟ ଜେନାଙ୍କ ପୁଅ ଅର୍ଜିତ ଜେନାଙ୍କୁ କ୍ରସର ଟଙ୍କା ହଡପ ଅଭିଯୋଗ ଆଣି କ୍ରସର ମାଲିକଙ୍କ ଭଡଙ୍ଗାସ୍ଥିତ ଘରକୁ ଆଣି ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ରେ ଗୁରୁତର ଅରଜିତକୁ ପରିବାର ଲୋକେ ୨୭ତାରିଖରେ ମାଲିକଙ୍କ ଘରୁ ଉଦ୍ଧାର କରି କଟକ ମେଡିକାଲରେ ଭର୍ତି କରିଥିଲେ । ତେବେଚିକିତ୍ସିାଧିନ ଅବସ୍ଥାରେ ଏପ୍ରିଲ ୩୦ତାରିଖରେ ତାଙ୍କର ମୃତୁ୍ୟ ଘଟିଥିଲା । ଘଟଣାରେ ପୁଲିସ କ୍ରସର ମାଲିକର ଭଣଜା ରନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।