ଆଦାନୀଲାଞ୍ଚ ମାମଲାର ଜେପିସି ତଦନ୍ତ ଦାବି

ରାଜ ରାସ୍ତାରେ ଗର୍ଜିରେ ଯୁବ ଛାତ୍ର କଂଗ୍ରେସ । ପୋଲିସ ଉପରକୁ ଅଣ୍ଡା ମାରିଲେ । ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ତଳେ ପକାଇ ରାଜରାସ୍ତାରେ ପ୍ରତିବାଦ କଲେ ଯୁବ କଂଗ୍ରେସ । ଉଚ୍ଚ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ଯୁବ ଛାତ୍ର କଂଗ୍ରେସ । ତେବେ ଏସସି ଏବଂ ଏସଟି ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ ଛାତ୍ର କଂଗ୍ରେସ । ଉଚ୍ଚ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସଭବନ ଘେରାଉ ବେଳେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପୋଲିସ । କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟାରିକେଡ୍ ଭାଙ୍ଗି ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିବାକୁ ପଛାଇ ନାହାନ୍ତି ଯୁବ ଛାତ୍ର ନେତା ।  ଏହାସହ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭାରେ wapcos କମ୍ପାନୀ ବ୍ଲକ ଲିଷ୍ଟ ଥିବା କହିଥିବା ବେଳେ କେଉଁ ଆଧାରରେ ପୁନର୍ବାର ଏହି କମ୍ପାନୀକୁ ସରକାର କାର୍ଯ୍ୟ କରିବାକୁ ନିଷ୍ପତି ନେଇଛନ୍ତି... ଏଥିରୁ ଜଣା ପଡୁଛି ସରକାରଙ୍କ ସହ ଉକ୍ତ କମ୍ପାନୀର କୌଣସି ଅର୍ଥ କାରବାର ରହିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ସରକାରଙ୍କ ଏଭଳି ନିଷ୍ପତି କାରଣରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜୀବନ ମଧ୍ୟ ବିପଦ ମୁଖରେ ପଡିବ । ତେଣୁ ଆମେ ଦାବୀ କରୁଛୁ ତୁରନ୍ତ ଉକ୍ତ ସନ୍ଥାକୁ ବିଲଡିଂ ନିର୍ମାଣ କାଜ୍ୟରୁ ନିବୃତ ରଖାଯାଉ  ।