ଓପି ଜିନ୍ଦଲଙ୍କୁ ଶ୍ରଦ୍ଧାଞ୍ଜଳି ସମ୍ମାନ : ଶିବିରରେ ୩୫୭ୟୁନିଟ ରକ୍ତ ସଂଗୃହୀତ

 ଭୁବନେଶ୍ୱର : ଜିନ୍ଦଲ ପ୍ରତିଷ୍ଠାତା  ଓ.ପି ଜିନ୍ଦଲ (ବାଉଜୀ)ଙ୍କ ଐତିହ୍ୟ ଓ ଯୋଗାଦାନକୁ ସମ୍ମାନ ଜଣାଇ ତାଙ୍କ ୯୫ତମ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଜିନ୍ଦଲ ଷ୍ଟିଲର କର୍ମଚାରୀ ଓ ଏହାର ଅଂଶୀଦାରମାନେ ବେଶ ଉସôାହର ସହ ଅଂଶଗ୍ରହଣ କରିଥିଲେ  । ରକ୍ତ ଅଭାବରୁ କାହାର ଜୀବନହାନୀ ନହେବା ସହିତ ଜରୁରୀକାଳୀନ ଚିକିସôା ଆବଶ୍ୟକତାକୁ ସମର୍ଥନ ଦେବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା  । ଜିନ୍ଦଲ ଟାଉନସିପ ମଧ୍ୟରେ ଥିବା ହଷ୍ଟେଲ-୩ ପରିସରରେ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ କାର୍ୟ୍ୟନିର୍ବାହୀ ନିଦେ୍ର୍ଦଶକ (ପ୍ରକଳ୍ପ) ଦାମୋଦର ମିତ୍ତଲ   । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ମୁଖ୍ୟମାନବ ସମ୍ବଳ ଅଧିକାରୀ  ଦିଲୀପ କୁମାର ସିହ୍ନା, ଓଡ଼ିଶା ରକ୍ତଭଣ୍ଡାର ଡିଡିଏଚ୍ ଅନୁଗୁଳ ଇନଚାର୍ଜ ଡାକ୍ତର ସତ୍ୟବ୍ରତ ପାଟ୍ଟଯୋଶୀ , ଅନୁଗୁଳ ସିଏସ୍ଆର ମୁଖ୍ୟ ଜୟନ୍ତ ମହାନ୍ତି,  ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ  । ସମାବେଶକୁ ସମ୍ବୋଧିତ କରି ଶ୍ରୀ ମିତ୍ତଲ କହିଥିଲେ, " ଅନୁଗୁଳର ଲୋକଙ୍କ ସେବା ପାଇଁ ଓଡ଼ିଶା ରକ୍ତଭଣ୍ଡାର ସହିତ ସହଭାଗୀ ହେବା ସୌଭାଗ୍ୟର କଥା । ମୁଁ ସର୍ବଦା ଆମର କର୍ମଚାରୀମାନଙ୍କୁ ରକ୍ତଦାନ କରିବାକୁ ଉସôାହିତ କରେ- ଏହା ସମାଜରେ ଯୋଗାଦାନ ଦେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ମଧ୍ୟରୁ ଗୋଟିଏ । ଜିନ୍ଦଲ ଷ୍ଟିଲ କର୍ମକର୍ତ୍ତା ସର୍ବଦା  ଏହି ଅଞ୍ଚଳରେ ଅବସ୍ଥିତ ଥିବା ଅନ୍ୟ ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ଅଧିକ ରକ୍ତଦାନ କରି ଆସୁଛନ୍ତି  । ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଓଡ଼ିଶା ରକ୍ତଭଣ୍ଡାର ଡିଜିଏଚ ଅନୁଗୁଳ ସହଯୋଗରେ ଆୟୋଜିତ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସର୍ବମୋଟ ୩୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।