ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବଙ୍କ କଳାହାଣ୍ଡି ଗସ୍ତ
ଭବାନୀପାଟଣା: ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ତେ ମଜେନ୍ ୱାପାଙ୍ଗ ଏଇ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲାଗସ୍ତରେ ଆସି ଥୁଆମୂଳ ରାମପୁର ବ୍ଲକ୍ର ସାଇସୁରନି ସ୍ଥିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ମା ଗୃହ, କାଣିଗୁମାର ନୂତନ କଫି ଉଦ୍ୟାନ, ଇନ୍ଦ୍ରାବତୀ ଜଳ ଭଣ୍ଡାରର ପିଞ୍ଜରା ଭିତରେ ହେଉଥିବା ମାଛ ଚାଷ ପ୍ରକଳ୍ପ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣ, ସୁପରିଚାଳନା ଦାୟିତ୍ୱରେ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ସଚିବ ଜୟପାଟଣା ବ୍ଲକ ର କେତେକ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନମୂଳକ ପ୍ରକଳ୍ପ ର ଅଗ୍ରଗତି କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭାରତୀୟ ପ୍ରଶାସନିକ ସେବା ଅନିମେସ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପରିଷଦ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ ତେମଜେନ୍ ୱାପାଙ୍ଗ ଏଓ ଯୋଗଦେଇ ଜିଲ୍ଲାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ ଜନକଲ୍ୟାଣ ଯୋଜନା, ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ପାନୀୟ ଜଳ, ସମାଜ କଲ୍ୟାଣ, ସମନ୍ୱିତ ଜନଜାତି ଉନ୍ନୟନ, ଶିଶୁ ସୁରକ୍ଷା, ଗମନାଗମନ, ଯୋଗାଣ, ଦକ୍ଷତା ବିକାଶ, ନିୟୋଜନ, ଗ୍ରାମ୍ୟ ଉନ୍ନୟନ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି ଓ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ୱତନ୍ତ୍ର ସଚିବଙ୍କୁ ସ୍ୱାଗତ ଜଣାଇବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଦୟାମୟ ପାଢି, ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପ ଜିଲ୍ଲାପାଳ ଭବାନୀପାଟନା ପ୍ରଭାତ ପରିଡା, ଭାରତୀୟ ପ୍ରଶାସନିକ ସେବା ଅନିମେଶ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଉପ ନିଦେ୍ର୍ଦଶକ ଜିଲ୍ଲା ଯୋଜନା ଓ ସଂଯୋଜନ ଶ୍ରୀକାନ୍ତ ଦଳେଇଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।