ବଞ୍ଚିତ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା : ୩୧ ପରେ ସୁଭଦ୍ରା ସର୍ଭେ

ମାର୍ଚ୍ଚ ୩୧ ପରେ ସୁଭଦ୍ରା ସର୍ଭେ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ହିତାଧିକାରୀମାନେ ଦ୍ୱିତୀୟ କିସ୍ତି ପାଇ ପାରିବେ । ଏନେଇ ୱାନ୍ ଟୁ ୱାନ୍ ସର୍ଭେ ମଧ୍ୟ କରାଯିବ । ଅନେକ ପ୍ରଥମ କିସ୍ତି ପାଇଥିବା ବେଳେ ଆୟ ବୃଦ୍ଧି ଦର୍ଶାଇ ରାସନକାର୍ଡ ଫେରାଇଛନ୍ତି । ରାସନ କାର୍ଡ ଓ ଆୟରେ ତାଳମେଳ ଅଭାବ ହେତୁ ସୁଭଦ୍ରାରୁ ବଞ୍ଚିତ ହୋଇଛନ୍ତି । ପ୍ରାୟ୧ଲକ୍ଷ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । କିଏ ଗାଡି କିଣିଛନ୍ତି, ୫ଏକର ଜମି ନଥାଇ ଅଧିକ ଧାନ ମଣ୍ଡିରେ ଜମା କରିଛନ୍ତି । ଏନେଇ ପୁନର୍ବାର ଏକ ସର୍ଭେ କରାଯିବା ସହ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଯେଉଁମାନଙ୍କୁ ୨୧ ହେଉଥିବ ସେମାନେ ଆବେଦନ କରିପାରିବେ । ବ୍ୟସ୍ତ ନହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।