ଚକାଡୋଳାଜୀଉଙ୍କ ସୁନାବେଶ

 ବରୀ : ବରୀମାଇଣ୍ଡ ଆନନ୍ଦପୁର(ରମ୍ପା) ପକ୍ଷରୁ ତୃତୀୟ ବର୍ଷ ପାଇଁ ଚକାଡୋଳା ଯୁବ ପରିଷଦ ପକ୍ଷରୁ ମହାବାହୁଙ୍କ ସୁନାବେଶ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କ ନିକଟରେ ରୀତିନିତି ଅନୁଯାୟୀ ପୂଜାର୍ଚ୍ଚନା ହେବା ସହ ସନ୍ଧ୍ୟା ୫ଘଟିକା ସମୟରେ ରଥଉପରେ ପ୍ରଭୁଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା । ଏହି ସୁନାବେଶ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ଅବସରରେ ଭକ୍ତଙ୍କ ମନମୋହିବାକୁ ଏକ ଭଜନସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କଳାକାରମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।