ପୁଣି ଆଶ୍ରମକୁ ଫେରିବେ ସାରଥୀ!

ପୁଣି ଆଶ୍ରମକୁ ଫେରିବେ ସାରଥୀ!

କଟକ: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି Sarathi। କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି। କୋର୍ଟଙ୍କ ନିର୍ଦ୍ଦେଶନୁସାରେ, Sarathi ଆଶ୍ରମ ଯାଇପାରିବେନି କି ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି। ସକାଳ ସାଢ଼େ ୫ରୁ ସଂଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ ପ୍ରଥମେ ଟ୍ରାଏଲ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ। ୨ ଶହରୁ ଅଧିକ ଲୋକ ସମାଗମ ନ କରିବା କଟକଣା ବଳବତ୍ତର। ୨ ଶହରୁ ଅଧିକ ଲୋକ ସମାଗମ ନ କରିବାକୁ ପୂର୍ବରୁ ସର୍ତ୍ତ ଥିଲା। ଏହି ସର୍ତ୍ତ କୋହଳ କରିବାକୁ ସିଧାସଳଖ ମନା କଲେ ହାଇକୋର୍ଟ। କେନ୍ଦ୍ରାପଡ଼ା ନ ଯିବାକୁ ଓ ୨ ଶହ ଊଦ୍ଧର୍‌ବ ସମାଗମ ନକରିବାକୁ ଜାମିନ ସର୍ତ୍ତ ଥିଲା।