ମା’ ମଙ୍ଗଳାଙ୍କ ବାର୍ଷିକ ଉସବ 

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ବନ୍ଦାଳ ମଢିଆଳି ପଞ୍ଚାୟତ ବିରିଡ଼ି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ପଞ୍ଚମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ ଗିରିଧାରୀ ଦିବେଦ୍ୱିଙ୍କ ବେଦମନ୍ତ୍ର ଉଚ୍ଚÿାରଣରେ ସଂକଳ୍ପ କର୍ତ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଶାନ୍ତିଲତା ସାହୁ କାର୍ଯ୍ୟ ନିର୍ବାହ କରିଥିଲେ । ପ୍ରାତ୍ତଃରୁ ସୂର୍ଯ୍ୟ ପୂଜା କଳସ ସ୍ଥାପନ, ସାଲା ପୂଜା, ଦେବୀ ଆବାହନ କରାଯାଇ ସନ୍ଧ୍ୟାରେ ପୂର୍ଣ୍ଣାହୂତି ସହିତ ଉସôବ ଉଦଯାପିତ ହୋଇଥିଲା । ଆଶିଷ କୁମାର ପଣ୍ଡା, ସୋଭାଗ୍ୟ ରଞ୍ଜନ ସେନାପତି, ରାଜୀବ ସାହୁ, ଦେବାଶିଷ ସାହୁ, ଶ୍ରୀରାମ ପଣ୍ଡା, ସାଇ ଆୟୁଷ୍ମାନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।