ଘରୋଇ ଉପଚାରରେ ତ୍ୱଚାର ଯତ୍ନ

Skincare

ଘରୋଇ ଉପଚାରରେ ତ୍ୱଚାର ଯତ୍ନ

    ସମସ୍ତେ ନିଜ ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ ଚାହିଁଥାନ୍ତି । ବହୁତ ଲୋକ ଅନେକ ପ୍ରକାରର ବ୍ୟୁଟି ପଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏହାର ପ୍ରଭାବ ଅଧିକ ଦିନ ପର୍ଯ୍ୟନ୍ତ ତ୍ୱଚାରେ ଦେଖାଯାଏ ନାହିଁ । ଯଦି ଆପଣ ବି ତ୍ୱଚାରେ ଚମକ ବଢ଼ାଇବାକୁ ଚାହୁଁଛନ୍ତି ତେବେ ତେବେ ପାର୍ଲର ଯାଇ ମହଙ୍ଗା ଟ୍ରିଟ୍‌ମେଣ୍ଟରେ ପଇସା ଖର୍ଚ୍ଚ ନକରି, କିଛି ପ୍ରାକୃତିକ ଜିନିଷକୁ ସ୍କିନ୍‌ କେୟାର ରୋଟିନ୍‌ରେ ସାମିଲ କରି ଦେଖନ୍ତୁ । ଯଦି ଆପଣ ଶୋଇବା ପୁର୍ବରୁ ଏହାର ନିୟମିତ ବ୍ୟବହାର କରୁଛନ୍ତି ତେବେ କିଛି ସପ୍ତାହର ବ୍ୟବହାରରେ ହିଁ ଆପଣ ତ୍ୱଚାରେ ପରିବର୍ତ୍ତନ ନିଶ୍ଚିତ ଭାବେ ଲକ୍ଷ୍ୟ କରିବେ । ତେବେ ଆସନ୍ତୁ ଏପରି କିଛି ଔଷଧୀୟ ଗୁଣରେ ଭରପୁର ଜିନିଷ ବିଷୟରେ ଜାଣିବା ଯାହା ବେଶ୍‌ ଲାଭକାରୀ ହୋଇଥାଏ । 

     କଞ୍ଚା କ୍ଷୀରରେ ଥିବା ସମସ୍ତ ତତ୍ତ୍ୱ ତ୍ୱଚା ପାଇଁ ବରଦାନ ପ୍ରାୟ ହୋଇଥାଏ । ତେଣୁ ଶୋଇବା ପୂର୍ବରୁ କଞ୍ଚା କ୍ଷୀର ମୁହଁରେ ଲଗାଇବା ଆରମ୍ଭ କରିଦିଅନ୍ତୁ  । ଦୁଇ ଚାମଚ କଞ୍ଚା କ୍ଷୀରକୁ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ  ଏବଂ କିଛି ସମୟ ପରେ ଧୋଇଦିଅନ୍ତୁ  । ଏହା ତ୍ୱଚାରେ ଥିବା ଡେଡ୍‌ ସ୍କିନ ସେଲ୍ସକୁ ହଟାଇବା ସହ ତ୍ୱଚାରେ ଚମକ ଆଣିବାରେ ସହାୟକ ହୋଇଥାଏ  । ଗୋଲାପ ଜଳର ବ୍ୟବହାର ମଧ୍ୟ ଆପଣଙ୍କ ତ୍ୱଚା ପାଇଁ ବେଶ୍‌ ଲାଭକାରୀ ସାବ୍ୟସ୍ତ ହୋଇପାରେ  । ଶୋଇବା ପୂର୍ବରୁ ଗୋଲାପ ଜଳକୁ ମୁହଁରେ ଲଗାଇବା ଦ୍ୱାରା ଏହା ତ୍ୱଚାରେ ଥିବା ସମସ୍ତ ଧୂଳିମଳିକୁ ବାହାର କରିଥାଏ । ଯାହା ଫଳରେ ତ୍ୱଚାର ଲୁଚିରହିଥିବା ଚମକ ବାହାରିଥାଏ  । ଏଲୋଭେରା ଜେଲ ବା ଘି କୁଆଁରି ମଧ୍ୟ ତ୍ୱଚା ପାଇଁ ବେଶ୍‌ ଲାଭକାରୀ ହୋଇଥାଏ  । ଏହାର ବ୍ୟବହାର କେଶରେ ମଧ୍ୟ କରାଯାଇଥାଏ । ରାତିରେ ଶୋଇବା ପୂର୍ବରୁ ମୁହଁରେ ଏଲୋଭେରା ଜେଲ୍‌ ଲଗାଇବା ଦ୍ୱାରା ଚେହେରା ହାଇଡ୍ରେଟ୍‌ ରହିବା ସହ ମଇଶ୍ଚରାଇଜ ମଧ୍ୟ ରହିଥାଏ ।  ଏହାକୁ ଆପଣ ନିୟମିତ ସ୍କିନ କେୟାର ରୋଟିନରେ ସାମିଲ  କରି ତ୍ୱଚାର ଚମକ ଓ ଦାଗ କମ୍‌ କରିପାରିବେ ।