ବାଚସ୍ପତି ପଦ ପାଇଁ ଏନଡ଼ିଏ-ଇଣ୍ଡି ଲଢେ଼ଇ

Speker election loksabha

ବାଚସ୍ପତି ପଦ ପାଇଁ ଏନଡ଼ିଏ-ଇଣ୍ଡି ଲଢେ଼ଇ

ଭୁବନେଶ୍ୱର : ଏଥର ସର୍ବସମ୍ମତକ୍ରମେ ବାଚସ୍ପତି ନିର୍ବାଚନ ହେବନାହିଁ  । ଲୋକସଭାରେ ବାଚସ୍ପତି ପଦକୁ ନେଇ ଏନଡ଼ିଏ ଓ ଇଣ୍ଡି ମେଣ୍ଟ ମୁହାଁମୁହିଁ ହେବେ  । ଏନଡ଼ିଏ ପକ୍ଷରୁ ପୁଣିଥରେ ଓମ ବିର୍ଲା ପ୍ରାର୍ଥୀ ହୋଇଥିବାବେଲେ ଇଣ୍ଡି ମେଣ୍ଟ ପକ୍ଷରୁ କେ.ସୁରେଶଙ୍କୁ ପ୍ରାର୍ଥୀ କରାଯାଇଛି  । ଏନଡ଼ିଏର ପଲା ଭାରି ଥିବାରୁ ଓମ୍‌ ବିର୍ଲା ହିଁ ବାଚସ୍ପତି ହୋଇପାରନ୍ତି ବୋଲି କୁହାଯାଇପାରିବ  । ତେବେ ତେଲୁଗୁ ଦେଶମ ପାର୍ଟି ବାଚସ୍ପତି ପଦ ଦାବି କରୁଥିଲା  । ଯଦି ସହଯୋଗୀ ଦଳଗୁଡ଼ିକ କ୍ରସ ଭୋଟିଂ କରନ୍ତି ତେବେ ଲଢେ଼ଇ ଜୋରଦାର ହେବ  । ଚଳିତ ଥର ବିରୋଧୀ ଦଳ ବି ବେଶ ଶକ୍ତିଶାଳୀ ହୋଇଛନ୍ତି  । କିନ୍ତୁ ବାଚସ୍ପତି ପଦ ସାଧାରଣତଃ ସର୍ବସମ୍ମତ ଭାବେ ହୋଇଥାଏ  । ବିରୋଧୀଙ୍କୁ ଏନଡ଼ିଏ ଉପବାଚସ୍ପତି ପଦ ଦେବାକୁ ରାଜି ନଥିବାରୁ ସେମାନେ ବାଚସ୍ପତି ପ୍ରାର୍ଥୀ ଦେବାକୁ ବାଧ୍ୟ ହୋଇଛନ୍ତି  । ସୂଚନାଯୋଗ୍ୟଯେ, କଟକ ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ହେବା ସହ ସାଂସଦମାନଙ୍କୁ ଶପଥ ପାଠ କରାଇଥିଲେ  ।