ଟିପିଏନ୍ଓଡିଏଲ୍ ପକ୍ଷରୁ ଗ୍ରାହକ ସମ୍ମିଳନୀ
ଯାଜପୁର: ଟିପିଏନ୍ଓଡିଏଲ୍ ପକ୍ଷରୁ ଯାଜପୁରର ହୋଟେଲ୍ ବ୍ରାହ୍ମଣୀରେ ହାଇ ଟେନସନ୍ ଓ ଇଏଚ୍ଟିର ପ୍ରମୁଖ ଗ୍ରାହକମାନଙ୍କ ଏକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର ସିଇଓ ଦ୍ୱିଜଦାସ ବସାକ, ପରିଚାଳନା ମୁଖ୍ୟ ନିଲେଶ ପୋଟଫୋଡେ, ବାଣିଜ୍ୟ ଓ ସିଏସଆର ମୁଖ୍ୟ ଜୟଦୀପ ରୟ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ ମହାନ୍ତି, ଇଂଜିନିଅର ଇନ୍ ଚିଫ୍ ଶରତ ମହାଲିକ, ଏଚଓଜି କି କଞ୍ଜୁମର ଗ୍ରୁପ ସ୍ୱାଗତ ମୁଖାର୍ଜୀ, ଯାଜପୁର ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ନାରାୟଣ ସେନାପତିଙ୍କ ସମେତ ଅନ୍ୟ ବରିଷ୍ଠ ପରିଚାଳନା ସଦସ୍ୟମାନେ ଉପସ୍ଥିତ ଥିଲେ । ଶ୍ରୀ ବସାକ ଅଧିଗ୍ରହଣ ପରଠାରୁ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଟିପିଏନଓଡିଏଲର ଉଲ୍ଲେଖନୀୟ ପରିବର୍ତନ ସମ୍ପର୍କରେ ଆଲୋକପାତ କରିଥିଲେ । ଜଳବନ୍ଦୀ ସବ୍ଷ୍ଟେସନ, ଓଭରଲୋଡ୍ ବିଦୁ୍ୟତ ବ୍ୟବସ୍ଥା, ସାଗିଂ ଲାଇନ୍ ଏବଂ ବୃକ୍ଷଲତାରେ ଛନ୍ଦି ହୋଇଥିବା ଭିତିଭୂମି ସମେତ ସେହି ସମୟରେ ପରିଚାଳନାଗତ ଆହ୍ୱାନ ଗୁଡ଼ିକ ଉପରେ ସେ ଆଲୋକପାତ କରିଥିଲେ । ବାଣିଜି୍ୟକ କ୍ଷେତ୍ରରେ ରାଜସ୍ୱ କ୍ଷତି, ଅନଧିକୃତ ବିଦୁ୍ୟତ ବ୍ୟବହାର ଏବଂ ପୁରୁଣା ଗ୍ରାହକ ସେବା ମଡେଲ୍ ଭଳି ସମସ୍ୟା ଦେଖାଦେଇଥିଲା । ଆହ୍ୱାନର ମୁକାବିଲା ପାଇଁ ଟିପିଏନଓଡିଏଲ ସ୍କାଡା/ଏଡିଏମଏସ, ଜିଆଇଏସ ମ୍ୟାପିଂ, ଡ୍ରୋନ ଏବଂ ଭୂତଳ କେବୁଲ ଫଲ୍ଟ ଲୋକେଟର ଭଳି ଉନ୍ନତ ଜ୍ଞାନକୌଶଳ ଗ୍ରହଣ କରିବା ଉପରେ ଶ୍ରୀ ବସାକ ଆଲୋକପାତ କରିଥିଲେ । କେସିଜି ଏବଂ ଗୋଷ୍ଠୀ ସମ୍ପୃକ୍ତି କାର୍ଯ୍ୟକ୍ରମ ଭଳି ଉପଭୋକ୍ତା-କୈନ୍ଦ୍ରୀକ ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ବିଶ୍ୱସନୀୟତା ଏବଂ ବିଶ୍ୱାସକୁ ବୃଦ୍ଧି କରିଛି । ନିରାପତ୍ତାକୁ ଏକ ମୁଖ୍ୟ ମୂଲ୍ୟ ଭାବରେ ଗୁରୁତ୍ୱ ଦେଇ ସେ ବାତ୍ୟା ଦାନା ସମୟରେ ତ୍ୱରିତ ପୁନରୁଦ୍ଧାର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସମସ୍ୟାକୁ ହ୍ରାସ କରିବା ପାଇଁ ଟିପିଏନଓଡିଏଲ ପ୍ରତିବଦ୍ଧତାକୁ ଦର୍ଶାଇଥିଲେ । ଆଲୋଚନା ଚକ୍ରରେ ଓଡ଼ିଶାର ଶକ୍ତି ବଂଟନ କ୍ଷେତ୍ରରେ ନୂତନ ପଦକ୍ଷେପ, ଶକ୍ତି ସଂରକ୍ଷଣ ପଦକ୍ଷେପ ଏବଂ ବ୍ୟବସ୍ଥାର ବିଶ୍ୱସନୀୟତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଟିପିଏନଓଡିଏଲ ଅସାଧାରଣ ସେବା ଯୋଗାଇବା ଏବଂ ବିଶ୍ୱସନୀୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମର୍ପିତ; ପାରସ୍ପରିକ ଅଭିବୃଦ୍ଧି ଏବଂ ସଫଳତା ପାଇଁ ଆମେ ନିରନ୍ତର ସହଯୋଗ ଜାରି ରଖିବାକୁ ଆଶା କରୁଛୁ ବୋଲି ସେ କହିଛନ୍ତି । ଟିପିଏନଓଡିଏଲ କର୍ମଚାରୀଙ୍କ ଦ୍ୱାରା ବୈଦୁ୍ୟତିକ ନିରାପତ୍ତା ଉପରେ ଗୁରୁତ୍ୱାରୋପ ସ୍ୱରୂପ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନିରାପତା ନାଟକ ପରିବେଷଣ କରାଯାଇଥିଲା । ପ୍ରମୁଖ ଗ୍ରାହକ ସମ୍ମିଳନି ଏହାର ଉପଭୋକ୍ତାଙ୍କ ସହିତ ଦୃଢ଼ ସମ୍ପର୍କ ବଢ଼ାଇବା, ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଅଂଚଳର ଅର୍ଥନୈତିକ ବିକାଶକୁ ସମର୍ଥନ କରିବା ପାଇଁ ଟିପିଏନଓଡିଏଲର ପ୍ରତିବଦ୍ଧତାକୁ ସୁଦୃଢ଼ କରିଥିଲା ।