କାର୍ତ୍ତିକ ପୂର୍ଣ୍ଣିମା ପାଇଁ ନଦୀ ପଠାର ସଫେଇ

ାା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା: ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ ହେବାକୁ ଥିବାବେଳେ ଲୋକଙ୍କ ସୁବିଧା ଓ ଜନସମାଗମକୁ ଲକ୍ଷ୍ୟ କରି ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୁତିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ୍ୱାବଧାନରେ ବ୍ରାହ୍ମଣୀ ନଦୀ କୂଳସ୍ଥ ତାଳଚେର ପୌରାଞ୍ଚଳର ତିନି ନମ୍ବର ୱାର୍ଡରେ ଥିବା ପାହାଚ ତୁଠକୁ ସଫା ସୁତରା କରାଯାଇଛି । ଜେସିବି ମେସିନ୍ ସାହାଯ୍ୟରେ ଅନାବନା ଗଛ, ଅପରିଷ୍କାର ସ୍ଥାନକୁ ସଫା କରିବା ସହିତ ସେହି ପରିବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଭଳିକି ଭଳି ରଙ୍ଗ ମରାଯାଇଛି । ଏହାଛଡା ରାତ୍ରି ଓ ଭୋର ପ୍ରାତଃ ସମୟରେ ଥିବା ପୂଜା ପାଳନ ପାଇଁ ଆଲୋକ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ନଗରପାଳ ଶ୍ରୀ ଭୁତିଆ ପ୍ରକାଶ କରିଛନ୍ତି । ନଗରପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକୁ ନୂତନ ନିର୍ବାହୀ ଅଧିକାରୀଣୀ ସୁଶ୍ରୀ ତେଜସ୍ୱିନୀ ବେହେରା ପ୍ରଶଂସା କରିବା ସହ ଲୋକଙ୍କ ସୁବିଧା ଦୃଷ୍ଟିରୁ ଯାହା ଆବଶ୍ୟକ ତାର ପଦକ୍ଷେପ ନେବା ଦରକାର ବୋଲି ମଧ୍ୟ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଜଗନ୍ନାଥ ତୁଠ ଓ ପାହାଚ ତୁଠକୁ ସଂଯୋଗ କରାଯାଇ କିପରି ଏହି ସବୁ ପର୍ବପର୍ବାଣୀ ପାଳନ ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ସ୍ଥାନ ହୋଇପାରିବ, ସେଥିପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରି ଉପଜିଲ୍ଲାପାଳଙ୍କ ଜରିଆରେ ଏମସିଏଲକୁ ପ୍ରସ୍ତାବ ଦେବାକୁ ଆଲୋଚନା କରାଯାଇଥିଲା । ଏହି ସ୍ଥାନ ପରିଦର୍ଶନ କାର୍ଯ୍ୟରେ ଭାରପ୍ରାପ୍ତ ପୌର ଅଧିକାରୀ ବଳୟ ଦେହୁରୀ, ଦୁଇ ନମ୍ବର କାଉନସିଲର ଯଶୋବନ୍ତ ମିଶ୍ର, ବାବୁନି ସ୍ୱାଇଁ, ରାଜୀବ ରାଉତ, ପୌର ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ସାମିଲ ହୋଇଥିଲେ ।