୨୮ରେ ଉଠାଦୋକାନୀ ମହାସଂଘର ଗଣଧାରଣା

Cuttack News

୨୮ରେ ଉଠାଦୋକାନୀ ମହାସଂଘର ଗଣଧାରଣା


 କଟକ : କଟକ ଉଠାଦୋକାନୀ ମହାସଂଘ ପକ୍ଷରୁ ସ୍ଥାନୀୟ ଖାନନଗର ଉତ୍ତରେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମହାସଂଘ ସଭାପତି ଅମରେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନିକ ଅଧିକାରୀକୁ ଉଠାଦୋକାନୀମାନଙ୍କୁ ବ୍ୟବସାୟ ପାଇଁ ବହୁବାର ଆଲୋଚନା ଓ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ଉଠାଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ ଯୋଗାଇ ଦିଆଯାଉନାହିଁ । ଏହାଦ୍ୱାରା କଟକ ସହରରେ ଉଠାଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବୈଠକରେ ଗୃହିତ ନିଷ୍ପତ୍ତି ଅନୁଯାୟୀ ଉଠାଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍ ଜରିଆରେ ଥଇଥାନ କରିବା, ସେପର୍ଯ୍ୟନ୍ତ ବ୍ୟବସାୟ କରିବାକୁ ସେମାନଙ୍କୁ ଅନୁମତି ଦେବା, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ କଟକ ଭେଣ୍ଡିଂ କମିଟି ଗଠନ କରିବା ଆଦି ଦାବିରେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ରାଣୀହାଟ ଘଣ୍ଟାଛକ ନିକଟରେ ଧାରଣା ଓ ସାଧାରଣ ସଭା କରାଯିବାକୁ ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି । ମହାସଂଘ ଉପଦେଷ୍ଟା ବିନୋଦ ବେହେରା, ସିପିଆଇ କଟକ ନଗର କମିିଟି ସଂପାଦକ ପ୍ରସନ୍ନ କୁମାର ମହାପାତ୍ରଙ୍କ ସମେତ ନିତ୍ୟାନନ୍ଦ ନାୟକ, ଛବି ଖୁଣ୍ଟିଆ, ଶିବ ବେହେରା, ନୈନା ଦେହୁରୀ, ରବିନ୍ଦ୍ର ନାଥ ନାୟକ, ସନ୍ତୋଷ ସାହୁ, ଜ୍ଞାନଗୁରୁ ଦାସ, ନବଘନ ରାଉତ, ଅକ୍ଷୟ ସାହୁ, ନିରଞ୍ଜନ ସାହୁ, ସନ୍ତୋଷ ପାଣି, ବାସନ୍ତି ସ୍ୱାଇଁ, ସୁକାନ୍ତି ପଡ଼ିହାରୀ ସମେତ ୩୯ଜଣ ଉଠାଦୋକାନୀ ବୈଠକରେ ଯୋଗ ଦେଇଥିଲେ ।