‘ବେଲ୍‌ରେ ଆସିଥିବା ବ୍ୟକ୍ତିକୁ ଜେଲ୍‌ ପଠାଇବା’

VK pandian

‘ବେଲ୍‌ରେ ଆସିଥିବା ବ୍ୟକ୍ତିକୁ ଜେଲ୍‌ ପଠାଇବା’

ମୋହନା ଓ ଚିକିଟିରେ ପାଣ୍ଡିଆନଙ୍କ ପ୍ରଚାର
‘ବେଲ୍‌ରେ ଆସିଥିବା ବ୍ୟକ୍ତିକୁ ଜେଲ୍‌ ପଠାଇବା’
ବିରୋଧୀମାନେ ଲୋକଙ୍କୁ ଠକୁଛନ୍ତି : ପାଣ୍ଡିଆନ୍‌
 । । ପ୍ରଭାନ୍ୟୁଜ୍‌  । । ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ତୋଫାନୀ ଗସ୍ତ କରି ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ କୋରାପୁଟ ପରେ ଆଜି ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି  ।
ଆଜି ସେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଜପତି ଜିଲ୍ଲାର ମୋହନା ଓ ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ଅଞ୍ଚଳ ଗସ୍ତ କରି ଦଳୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ଚିକିଟି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କୁ ରେକର୍ଡ ମାର୍ଜିନରେ ଭୋଟ ଦେଇ ଜିତେଇବାକୁ ଆହ୍ୱାନ ଦେଇଛନ୍ତି  । ୯୫ ପ୍ରତିଶତ ଭୋଟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିପୁଳ ବିଜୟ ହାସଲ କରିବାକୁ ନିବେଦନ କରିଛନ୍ତି  ।
ଶ୍ରୀ ପାଣ୍ଡିଆନ ବିରୋଧୀ ଦଳଙ୍କ ପ୍ରତି ଶାଣିତ ନିଶାଣ କରି କହିଥିଲେଯେ, ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ଜେଲ ପଠାଇବା, ସଂସଦକୁ ନୁହେଁ  । ଅପରାଧୀମାନଙ୍କ ପାଇଁ ସବୁଠାରୁ ଭଲ ସ୍ଥାନ ହେଉଛି ଜେଲ୍‌  । କିନ୍ତୁ ବିରୋଧୀ ତାଙ୍କୁ ପ୍ରାର୍ଥୀ କରୁଛନ୍ତି  । ଆମେ ତାଙ୍କୁ ତାଙ୍କର ଉଚିତ ସ୍ଥାନ ଦେଖାଇବା  । ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ବେଳକୁ ତାଙ୍କର ଦେଖା ନ ଥାଏ । ଖୋଜିଲେ ବି ପାଇବେନି  । ଏଭଳି ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ ବୋଲି ସେ କହିଥିଲେ  ।
ବିରୋଧୀ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି  । କିନ୍ତୁ ଗରିବ ଲୋକଙ୍କୁ ଭତ୍ତା ଦେଲା ବେଳକୁ ଦେଉଛନ୍ତି ମାତ୍ର ୩ ଶହ ଟଙ୍କା  । ଓଡିଶାରେ ନବୀନ ଇଞ୍ଜିନ ଦେଉଛି ୧ ହଜାର ଟଙ୍କା  । ଚିକିଟିରେ ଦଳର ବରିଷ୍ଠ ନେତ୍ରୀ ଉଷା ଦେବୀଙ୍କୁ ସମ୍ମାନ ଜଣାଇ ସେ କହିଥିଲେଯେ, ତାଙ୍କ ସହିତ ଗଭୀର ସଂପର୍କ ରହିଛି  । ୧୫-୧୬ ବର୍ଷ ହେଲାଣି ମୁଁ ତାଙ୍କୁ ଜାଣିଛି  । ସେ ମୋତେ ପୁଅ ବୋଲି ସମ୍ବୋଧନ କରନ୍ତି  । ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି ବୋଲି ସେ କହିଥିଲେ  ।
ଦଳୀୟ କର୍ମୀମାନଙ୍କୁ ସତର୍କ କରି ସେ କହିଥିଲେଯେ, ଆପଣମାନେ ସଜାଗ ରୁହନ୍ତୁ  । ବିରୋଧୀ ପ୍ରାର୍ଥୀମାନେ ଆସୁଛନ୍ତି ଆଉ ଲୋକଙ୍କୁ ମିଛ କହି ଠକୁଛନ୍ତି, ତେଣୁ ଆପଣମାନେ ସତର୍କ ରୁହନ୍ତୁ  । ଆସନ୍ତୁ, ଆମେ ସମସ୍ତେ ମିଶି ଭଲ କାମ କରିବା, ଓଡିଶାକୁ ଆଗେଇ ନେବା  ।
ଐତିହ୍ୟ ସ୍ଥଳ ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେଯେ, ମୁଖ୍ୟମନ୍ତ୍ରୀ ସବୁ ସମାଜକୁ ଭଲ ପାଆନ୍ତି, ଆପଣଙ୍କ ବ୍ୟକ୍ତିଗତ ଧାର୍ମିକ ବିଶ୍ୱାସକୁ ସମ୍ମାନ ଦିଅନ୍ତି  । ତେଣୁ ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍‌, ଗୁରୁଦ୍ୱାର - ସବୁ ପୂଜାସ୍ଥଳୀର ଉନ୍ନତି ପାଇଁ ସେ କାମ କରିଛନ୍ତି  । ମା’ମାନଙ୍କୁ ମୁଖ୍ୟମନ୍ତ୍ରୀ ସବୁବେଳେ ସର୍ବାଧିକ ଗୁରୁତ୍ୱ ଦେଇଥାନ୍ତି  । ସେମାନଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ, ମମତା, ବିନା ସୁଧରେ ଋଣ, ମା’ମାନଙ୍କୁ ଦୁବାଇ ଗସ୍ତରେ ପଠାଇବା ଆଦି ଅନେକ କାମ କରିଛନ୍ତି  । ସମାଜରେ ମା’ମାନଙ୍କୁ ନୂଆ ପରିଚୟ ଦେଇଛନ୍ତି  ।
ଘରର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ସାହସ ଦେଇଛନ୍ତି, ସେମାନଙ୍କ ପାଇଁ ବିଏସକେୱାଇ କରିଛନ୍ତି  । ଗରିବ ଲୋକର ଚିକିତ୍ସା ଚିନ୍ତା ଦୂର କରିଛନ୍ତି  । ସେମାନେ ଆଜି ବଡ ବଡ ବେସରକାରୀ ହସ୍‌ପିଟାଲରେ ବିନା ଚିନ୍ତାରେ ଚିକିତ୍ସା ପାଉଛନ୍ତି  । ପିଲାଙ୍କ ଭବିଷ୍ୟତ ପାଇଁ ସେ ହାଇସ୍କୁଲ ରୂପାନ୍ତର କରିଛନ୍ତି  । ୮ ହଜାରରୁ ଅଧିକ ହାଇସ୍କୁଲର ରୂପାନ୍ତର ହୋଇଛି  । ଜନଜାତି ପିଲାଙ୍କ ପାଇଁ ହଷ୍ଟେଲ, ଅନ୍ୱେଷା ଭଳି କାର୍ଯ୍ୟକ୍ରମ କରିଛନ୍ତି  । ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକମାତ୍ର ନେତା ଯିଏ ଆମକୁ ଲୋକଙ୍କ ପାଇଁ କଣ କାମ କରିଛ, ତାର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି ।  ତେଣୁ ଆଜି ମୁଁ ଆପଣଙ୍କ ଅଞ୍ଚଳରେ ବିକାଶ କାମର ପୁରା ହିସାବ ଦେବି ।
ଆପଣମାନଙ୍କ ଅନୁରୋଧ କ୍ରମେ ମୋହନାରେ ୧୮୦ କୋଟି ଟଙ୍କାର କାମ ଚାଲିଛି  । ସେହିପରି ଚିକିଟିରେ ୪୫ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ  । ପାତ୍ରପୁର ଓ ଚିକିଟି ବ୍ଲକ୍‌କୁ ଭାଘଲଟି ଡ୍ୟାମ୍‌ରୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୪ ଶହ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ  । ବିଏସକେୱାଇରେ ଚିକିଟି ଅଞ୍ଚଳର ୬୧ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି ଏବଂ ଚିକିଟିର କେ ଚିନାମା ଏବଂ ପାତ୍ରପୁର ଅଞ୍ଚଳର ତପସ୍ୱିନୀ ପଣ୍ଡା ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଲେଖାଏ ପାଇ ଚିକିତ୍ସିତ ହୋଇଛନ୍ତି ବୋଲି ସେ କହିଥିଲେ  ।