ବିଜେଡ଼ି ଛାଡ଼ିଲେ ବିଧାୟକ ଭାଗିରଥି
ବିଜେଡ଼ି ଛାଡ଼ିଲେ ବିଧାୟକ ଭାଗିରଥି Bhagirathi sethy
ଭୁବନେଶ୍ୱର : ବିଜୁ ଜନତା ଦଳ ଛାଡ଼ିଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ଇସ୍ତଫା ଦେଇଛନ୍ତି । ଚବିଶ ପାଇଁ ତାଙ୍କୁ ଟିକେଟ ନମିଳିବାରୁ ସେ ଦଳ ଛାଡ଼ିଛନ୍ତି । ଏଥର ଆନନ୍ଦପୁରରୁ ବିଜେଡି ଅଭିମନ୍ୟୁ ସେଠୀଙ୍କୁ ଟିକେଟ ଦେଇଛି ।
ସୂଚନାଯୋଗ୍ୟଯେ, ୨୦୦୯ରୁ ୨୦୧୪ ଓ ୨୦୧୯ରୁ ଏଯାବତ ସେ ବିଧାୟକ ଥିଲେ । ପୂର୍ବରୁ ମଧ୍ୟ ଦଳ ତାଙ୍କୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିଥିଲେ । ଗତ ୨୦୧୯ ବେଳେ ସେ ବିଜେପିରେ ଥିଲେ । ବିଜେପି ମଧ୍ୟ ତାଙ୍କୁ ଟିକେଟ ଦେଇଥିଲା । ହେଲେ ବିଜେଡ଼ିରୁ ଡକରା ଆସିବା ପରେ ସେ ବିଜେପି ଟିକେଟ ଫେରାଇ ବିଜେଡ଼ି ଟିକେଟ ହାତେଇ ନେଇଥିଲେ । ଚଳିତ ନିର୍ବାଚନରେ ଟିକେଟ ନମିଳିବାରୁ ବିଜେଡ଼ିର ଅନେକ ବିଧାୟକ ବିଜେଡ଼ି ଛାଡ଼ି ଅନ୍ୟଦଳକୁ ଯାଇଛନ୍ତି ।