ପାଟଣାଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର

VK pandian

ପାଟଣାଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର

•    ବାହାର ରାଜ୍ୟରୁ ବିଜେପିର ବଡ଼ ବଡ଼ ନେତା ଓ ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଆସୁଛନ୍ତି, ବହୁତ ବଡ଼ ବଡ଼ କଥା କହୁଛନ୍ତି

•    ଏମାନେ ଓଡ଼ିଶାବାସୀଙ୍କୁ ଜାଣି ନାହାନ୍ତି, ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି, ଜାଣି ନାହାନ୍ତି

•    ଏମାନେ ମିଛ କଥା କହି ପଳାଇବେ, ଖୋଜିଲେ ମିଳିବେନି

•    ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଶପଥ ନେବେ

•    ପ୍ରଥମ ତିନୋଟି ଦସ୍ତଖତ ହେବ, ୧ - ଓଡ଼ିଶାବାସୀଙ୍କ ମାଗଣା ବିଜୁଳି, ପାଟଣାଗଡ଼ ୯୦ ପ୍ରତିଶତ ପରିବାର ଉପକୃତ ହେବେ, ୨ – ବି.ଏସ୍‍.କେ.ୱାଇ ନବୀନ କାର୍ଡରେ ସମସ୍ତେ ସାମିଲ ହେବେ, ୩ – ୬୦ ବର୍ଷ ପରେ ମିଶନ ଶକ୍ତି ର ସଭ୍ୟ ଓ କର୍ମୀମାନଙ୍କ ପାଇଁ ପେନସନ୍‍ ସୁବିଧା

•    ଏହି ତିନୋଟି ଦସ୍ତଖତ ଓଡ଼ିଶାକୁ ରୂପାନ୍ତରିତ କରିବ ଓ ସଶକ୍ତ କରିବ, ସମସ୍ତଙ୍କ ମୁହଁରେ ହସ ଫୁଟାଇବ

•    ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧିଙ୍କୁ କରେଣ୍ଟ ମାରିଲାଣି, ମୁଣ୍ଡ ଖରାପ ହୋଇଗଲାଣି

•    ସେମାନେ କହୁଛନ୍ତି, ସୋଲାର ପ୍ୟାନେଲ ବସାଇ ସୂର୍ଯ୍ୟ କିରଣରେ ମାଗଣା ବିଜୁଳି ଦେବେ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଦିନରେ ଲଣ୍ଠନ ଦେଖାଉଛନ୍ତି

•    ମିଛର ସୀମା ରହୁନାହିଁ ବିଜେପିର

•    ୨୦୧୪ ଓ ୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ ଏମ୍‍.ଏସ୍‍.ପି. ବଢ଼ାଇବେ, ଏଲ୍‍.ପି.ଜି. କମାଇବେ, କିରୋସିନି, ଡିଜେଲ ଓ ପେଟ୍ରୋଲ ଦର କମାଇବେ, କିଛି କମାଇଲେ ନାହିଁ, ଏମାନଙ୍କ ଉପରେ ଭରସା ନାହିଁ

•    ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍ ଇତ୍ୟାଦି ଯୋଜନାରେ ମା’ମାନଙ୍କ ପାଇଁ ଦିଆଯାଇଥିବା ସବୁ ସୁବିଧା ବିଷୟରେ କହିଲେ

•    ବାବା ହରିଶଙ୍କର ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା, ପାଟଣାଗଡ଼ ବାଇପାସ୍‍ ରାସ୍ତା ପାଇଁ ୧୪୦ କୋଟି ଟଙ୍କା ଏବଂ ପାଟଣାଗଡ଼ର ୯ଟି ପଞ୍ଚାୟତକୁ ପିଇବା ପାଣି ପାଇଁ ୧୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି

•    ପାଟଣାଗଡ଼ର ପ୍ରତ୍ୟେକ ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି, 

•    ବେଲପଡ଼ାକୁ ଏନ୍‍.ଏସ୍‍.ସି. ମାନ୍ୟତା ମିଳିଛି

•    ବିଧାୟକ ପ୍ରାର୍ଥୀ ସରୋଜ ବାବୁ ଆପଣଙ୍କ ପାଇଁ ବହୁତ କାମ କରିଛନ୍ତି ବିଗତ ୫ ବର୍ଷ ଭିତରେ, ସାଂସଦ ପ୍ରାର୍ଥୀ ଭୋଇ ବାବୁ ଏ ମାଟିର ପୁଅ, ସୁଖଦୁଃଖରେ ଆପଣଙ୍କ ପଛରେ ଛିଡ଼ାହେବେ

•    ଉଭୟଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କଲେ