ବାଙ୍କେଶ୍ୱରୀଙ୍କ ଆଶୀର୍ବାଦ ନେଲେ ସିଦ୍ଧାନ୍ତ
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ବାଜିମାତ କରିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର । ନିର୍ବାଚନରେ ବିଜୟ ଲାଭ କରିବା ପରେ ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିରେ ପହଞ୍ଚି ମା’ ବାଙ୍କେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଶ୍ରୀ ମହାପାତ୍ର । ନିଜ ନିର୍ବାଚନମଣ୍ଡଳୀରେ ପହଞ୍ଚିବା ପରେ ଶ୍ରୀ ମହାପାତ୍ରଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଦଳୀୟ କାର୍ଯ୍ୟକର୍ତ୍ତା । ପରେ ମା’ ବାଙ୍କେଶ୍ୱରୀଙ୍କ ଆଶୀର୍ବାଦ ନେଇ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ଦିଗପହଣ୍ଡିର ବିକାଶ କିଭଳି ହୋଇପାରିବ, ସେ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବା ସହ ସ୍ଥାନୀୟ ଲୋକଙ୍କୁ ଭେଟି ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଶ୍ରୀ ମହାପାତ୍ର ଦିଗପହଣ୍ଡିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ମହନ୍ତ ଚିନ୍ମୟାନନ୍ଦଙ୍କ ସମେତ ବହୁ ବରିଷ୍ଠ ଓ ଯୁବକଙ୍କୁ ଭେଟିଥିଲେ । ଦିଗପହଣ୍ଡିର କିଭଳି ବିକାଶ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ମାଆଙ୍କ ଆଶୀର୍ବାଦ ନେଇ ନିବାଚନକୁ ଓହ୍ଲାଇଥିଲି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମେ ମୋ ନିର୍ବାଚନମଣ୍ଡଳୀକୁ ଆସିଛି । ମାଆଙ୍କ ଆଶୀର୍ବାଦ ନେଇ ଦିଗପହଣ୍ଡିର ବିକାଶ ଆଗକୁ ବଢାଇବି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେହିପରି ବିଜେପି ନେତା ବିପିନ ଚନ୍ଦ୍ର ପ୍ରାଧନ କହିଛନ୍ତି, ଅନେକ ବର୍ଷ ଧରି ବିଜେଡିର ଗଡ଼ ଥିଲା ଦିଗପହଣ୍ଡି । ହେଲେ ଲୋକମାନେ ପରିବର୍ତ୍ତନ କରିବାକୁ ସ୍ଥିର କରି ଦେଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।