ସିଜିମାଳି ଅଞ୍ଚଳର ବିକାଶ କରିବ ବେଦାନ୍ତ
Vedanta

୨୫ ବର୍ଷରେ ଖର୍ଚ୍ଚ ହେବ ୧୨ ଶହ କୋଟି
ବାର୍ଷିକ ୨୨ ଶହ କୋଟି ପାଇବ ରାଜ୍ୟ
ଭୁବନେଶ୍ୱର : ସିଜିମାଳିରେ ବେଦାନ୍ତ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବ । ଆସନ୍ତା ୨୫ ବର୍ଷରେ ଏହି ଅଞ୍ଚଳରେ ଏକ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେବ । ଖାଲି ସେତିକିନୁହେଁ ଏହାଦ୍ୱାରା ରାଜ୍ୟର ଆର୍ôଥକ ଓ ସାମାଜିକ ବିକାଶ ହୋଇପାରିବ । ବାର୍ଷିକ ରାଜ୍ୟ ସରକାର ୨୨ ଶହ କୋଟି ଟଙ୍କାର ରାଜସ୍ୱ ପାଇପାରିବେ ।
ବେଦାନ୍ତ ବର୍ତ୍ତମାନର ଲାଞ୍ଜିଗଡ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏଲପିଡିଏଏଫ୍) ଏବଂ ରାୟଗଡା ଓ କଳାହାଣ୍ଡିରେ ପ୍ରସ୍ତାବିତ ସିଜିମାଲି ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି (ଏସପିଡିଏଏଫ୍)ମାଧ୍ୟମରେ ଆଗାମୀ ୨୫ ବର୍ଷ ମଧ୍ୟରେ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି । ଏହି ଅଞ୍ଚଳକୁ ଏକ ସମୃଦ୍ଧ ଅଞ୍ଚଳରେ ପରିଣତ କରିବା ପାଇଁ ଉଭୟ ଜିଲ୍ଲାର ଜନପ୍ରତିନିଧିଙ୍କୁ ଏସପିଭିରେ ଅନ୍ତର୍ଭୁକ୍ତ କରାଯାଇଛି ।
ଖାଲି ସେତିକି ନୁହେଁ, ସିଜିମାଲି ବକ୍ସାଇଟ୍ ଖଣି ଓଡିଶାର ସରକାରୀ ରାଜକୋଷକୁ ବାର୍ଷିକ ୨୨୦୦ କୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିବ । ଏଭଳି ବିପୁଳ ରାଜସ୍ୱ ଆଗାମୀ ୫୦ ବର୍ଷ ପାଇଁ ଓଡିଶାର ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବିକାଶକୁ ସଶକ୍ତ କରିବ । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବ୍ୟାପକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀରେ ରାଜ୍ୟ ସକ୍ଷମ ହୋଇପାରିବ । ଏହାବ୍ୟତୀତ ୧୫ ଶହରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଧନ୍ଦାମୂଳକ ପ୍ରଶିକ୍ଷଣକେନ୍ଦ୍ର ଏବଂ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମରେ ଯୋଡି ଲୋକଙ୍କ ଜୀବନ ଏବଂ ସ୍ୱପ୍ନକୁ ବଦଳାଇଦେବ । ବିକାଶମୂଳକ ଅଭିଯାନରେ ସ୍ଥାନୀୟ ଅଦେିବାସୀଙ୍କ ଅଂଶଗ୍ରହଣ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ପରିବେଶ ସୂଚକାଙ୍କରେ ଏହି ଅଞ୍ଚଳର ସମଗ୍ର ଚିତ୍ରକୁ ବଦଳାଇ ଦେବ ।
ଯେହେତୁ ବେଦାନ୍ତ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାଏ ତେଣୁ ମୃତ୍ତିକା କ୍ଷୟକୁ ରୋକିବା ଏବଂ ଏହି ଅଞ୍ଚଳର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ରକ୍ଷଣାବେକ୍ଷଣ କରି ସମଗ୍ର ପରିବେଶ ବ୍ୟବସ୍ଥାକୁ ବଜାୟ ରଖିବ । ସିଜିମାଲି ବକ୍ସାଇଟ୍ ଖଣି କେବଳ ଏହି ଅଞ୍ଚଳରେ ନୁହେଁ ବରଂ ଦେଶରେ ଖଣି ଖନନର ସମଗ୍ର ଇକୋସିଷ୍ଟମକୁ ବଦଳାଇବାପାଇଁ ପ୍ରସ୍ତୁତ କରାଯାଇଛି ।