ଅଯୋଧ୍ୟା ରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଅଯୋଧ୍ୟା ରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା  । ଆଜି ରାମ ମନ୍ଦିର ଉପରେ ସ୍ଥାପନା ହୋଇଛି ଧର୍ମଧ୍ୱଜା । ପୂର୍ବରୁ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିରରେ ଧ୍ୱଜା ଆରୋହଣ କରିଛନ୍ତି । ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ସପ୍ତ ମନ୍ଦିରରେ ଶକ୍ତିପୀଠ ଦର୍ଶନ କରିଥିଲେ । ରାମଲାଲଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ପରେ ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ପବିତ୍ର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଧର୍ମଧ୍ୱଜା ସ୍ଥାପନା କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍‌ ପଟେଲ ଏହି ଉତ୍ସବରେ ଯୋଗଦେଇଛନ୍ତି । ଏହି ଅବସରରେ ଅଯୋଧ୍ୟାରେ ଲକ୍ଷ୍ୟଲକ୍ଷ୍ୟ ଭକ୍ତଙ୍କ ସମାଗମ ଘଟିଛି । 


     ଏହି ଅବସରରେ ମୋଦୀ କହିଛନ୍ତି, ଧର୍ମଧ୍ୱଜା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ପ୍ରତୀକ । ଏହା ହେଉଛି ପ୍ରତିଶ୍ରୁତି ପାଳନର ପ୍ରତୀକ । ବିଗତ ୧୧ ବର୍ଷରେ ସବୁ ବର୍ଗକୁ ବିକାଶରେ ଯୋଡାଯାଇଛି । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ କରାଯିବ । ଆମେ ନଥିଲା ବେଳେ ଏହି ଦେଶ ଥିଲା । ତେଣୁ ଆମକୁ ଭବିଷ୍ୟତ ପିଢି ପାଇଁ କାର୍ଯ୍ୟ କରିବାକୁ ପଡିବ । ଭାରତ ହେଉଛି ଲୋକତନ୍ତ୍ରର ଜନନୀ, ଯାହା ଆମ ଡିଏନ୍‌ଏରେ ରହିଛି ।

   

    ମନ୍ଦିର ଶିଖରରେ ଧର୍ମଧ୍ୱଜା ସ୍ଥାପିତ ହୋଇଛି । ଧ୍ୱଜା ଗେରୁଆ ରଙ୍ଗ ସହିତ ଦକ୍ଷିଣକୋଣୀ ହୋଇଛି । ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍‌’  । ଏହା ସହ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ହେଉଛି ଏହି ଧର୍ମଧ୍ୱଜା । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୨୨ ଫୁଟ ଓସାରର ଏହି ଧ୍ୱଜା ଉଡୁଛି  । ଏହାର ଓଜନ ପ୍ରାୟ ୧୧ କେଜି । ଏହି ଧ୍ୱଜାକୁ ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ‘ଶିଖର’ ଉପରେ ସ୍ଥାପନ କରାଯାଇଛି । ତିନୋଟି ଲେୟାର ଫେବ୍ରିକରେ ଏହି ଧ୍ୱଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ସମୟ ଲାଗିଛି  । ଏହି ଧ୍ୱଜା ଅହମ୍ମଦାବାଦରେ ତିଆରି ହୋଇଥିବା ସୂଚନା ମିଳିଛ ।