ବେଙ୍ଗାଲୁରୁ ଦଳଚକଟା ଘଟଣାରେ ଆରସିବି ଦାୟୀ
ନୂଆଦିଲ୍ଲୀ : ମହାଙ୍ଗା ହୋଇଛି ବିଜୟ ଉତ୍ସବ ପାଳନ କରିବା । ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବିକୁ ଦାୟୀ କରିଛି ଟ୍ରିବୁନାଲ । "ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର(ଆରସିବି) ଦାୟୀ । ପୁଲିସ ବି ମଣିଷ । ୧୨ଘଣ୍ଟା ଭିତରେ ସବୁ ବ୍ୟବସ୍ଥା କରିବା ସମ୍ଭବ ନୁହେଁ’ ବୋଲି କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବୁ୍ୟନାଲ୍ କହିଛି । କେନ୍ଦ୍ରୀୟ ପ୍ରାଶାସନିକ ଟ୍ରିବୁ୍ୟନାଲ୍ କହିଛି ଯେ, ଆରସିବି ବିଜୟ ଉସôବ ନିମନ୍ତ୍ରଣପତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ୟୁଜର୍ସଙ୍କ ପାଖରେ ସୂଚନା ପହଞ୍ଚିବାରୁ ଲକ୍ଷ ଲକ୍ଷ ପ୍ରଶଂସକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ । ପୁଲିସ ପାଖରେ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ସମୟ ନଥିଲା । ବିଜୟ ଉସôବ ପାଳନ ପାଇଁ ପୁଲିସଠାରୁ ଉପଯୁକ୍ତ ଅନୁମତି କିମ୍ବା ସମ୍ମତି ନେଇ ନଥିଲା । ୧୨ଘଣ୍ଟାରୁ କମ୍ ସମୟ ମଧ୍ୟରେ ପୁଲିସ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରିବ ବୋଲି ଆଶା କରାଯାଇ ପାରିବ ନାହିଁ । ‘ଭଗବାନ' ନୁହଁନ୍ତି ।