ଭଣ୍ଡାରୀପୋଖରୀରେ କାହାକୁ କେତେ ଭୋଟ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୭୬ଟି ଆସନରେ ଆଗୁଆ ଥିବାବେଳେ ବିଜେଡି ୫୬ ଓ କଂଗ୍ରେସ ୧୧ଟି ଆସନରେ ଆଗୁଆ ରହିଛି । ତେବେ ଭଣ୍ଡାରୀପୋଖରୀରେ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗୁଆ ଅଛନ୍ତି ।
ମୋଟ ୧୯ରୁ ବର୍ତ୍ତମାନ ସୁଦ୍ଧା ୩ ରାଉଣ୍ଡ ଗଣତି ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୧୨୭୯୮ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକଙ୍କୁ ୧୧୩୫୨ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ସୁଧାଂଶୁ ଶେଖର ନାଏକଙ୍କୁ ୪୧୫୫ଖଣ୍ଡ ଭୋଟ ମିଳିଛି ।