ଗତଥର ଅପେକ୍ଷା କଂଗ୍ରେସ ଭଲ ପ୍ରଦର୍ଶନ କରିଛି:ଶରତ
ଭୁବନେଶ୍ୱର: ଇସ୍ତଫା ଚର୍ଚ୍ଚା ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଗତଥର ଅପେକ୍ଷା କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ନିର୍ବାଚନ ପୂର୍ବରୁ ଆମର ୬ ବିଧାୟକ ଥିଲେ, ଏଥର ୧୫ ବିଧାୟକ ଅଛନ୍ତି। ୨୫ ବର୍ଷରେ ଏତେ ସଂଖ୍ୟାରେ ବିଧାୟକ ଜିତି ନ ଥିଲୁ। ବିଜେଡି ଗୋଟିଏ ବି ଏମ୍ପି ସିଟ ରଖିପାରିଲାନି, ଆମେ ଜିତିଲୁ। ବିଭିନ୍ନ ସ୍ଥାନରେ ଭୋଟ ପ୍ରତିଶତ ବଢ଼ିଛି, କଂଗ୍ରେସ ଗ୍ରୋଥ କରୁଛି। କିନ୍ତୁ ଆମେ ସରକାର କରିପାରିଲୁନି, ଏଥିପାଇଁ ମୁଁ ଦାୟିତ୍ୱ ନେଉଛି। ଯାହା କହିବା କଥା ହାଇକମାଣ୍ଡକୁ ଜଣାଇ ଦେଇଛି ବୋଲି ଶରତ କହିଛନ୍ତି।
ଅନ୍ୟପଟେ ନିର୍ବାଚନରେ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି।