ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱ ବ୍ୟାଙ୍କ ସଭାପତିଙ୍କ  ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ ସହ ବିଶ୍ୱ ବ୍ୟାଙ୍କ ସଭାପତିଙ୍କ  ଆଲୋଚନା

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ୱବ୍ୟାଙ୍କ ସଭାପତି ଅଜୟ ବାଙ୍ଗା  । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ଦୀର୍ଘମିଆଦୀ ଅଭିବୃଦ୍ଧି ଓ ଆର୍ଥିକ ସଂସ୍କାର ଉପରେ ଆଲୋଚନା କରିଥିଲେ  । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂ ଓ ବିଶ୍ୱବ୍ୟାଙ୍କ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ଥିଲେ  । ଯୁବକଙ୍କ ଦକ୍ଷତା ବିକାଶ, ନିରନ୍ତର ବିକାଶ, ଅନ୍ତର୍ଭୁକ୍ତିଯୁକ୍ତି ଅଭିବୃଦ୍ଧି ଉପରେ ଆଲୋଚନା ହେବା ସହ ଭିତ୍ତିଭୂମିର ବିକାଶ, ସାମାଜିକ କ୍ଷେତ୍ରରେ ଉନ୍ନତି ଉପରେ ଗୁରୁତ୍ୱାରୋପ କରାଯାଇଛି  । ଏହି ଅବକାଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ, ସଂସ୍କାରମୂଳକ ପଦକ୍ଷେପ, ଭିତ୍ତିଭୂମି, ଏମଏସଏମଇ କ୍ଷେତ୍ରରବିକାଶ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଏବଂ ପର୍ଯ୍ୟଟନର ବିକାଶ ସଂକ୍ରାନ୍ତରେ ଆଲୋକପାତ କରିଥିଲେ  । ସିଏମଆଇଇ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦ୍ୱିତୀୟ ସର୍ବାଧିକ ଅର୍ଥାତ୍‌ ଅଢେ଼ଇ ଲକ୍ଷ କୋଟିର ନିବେଶ ଆକର୍ଷିତ କରିପାରିଛି  । ବିଶ୍ୱବ୍ୟାଙ୍କ ସଭାପତି ରାଜ୍ୟ ସରକାରଙ୍କ ବିକାଶ ଓ ସଂସ୍କାରମୂଳକ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ  । ଶିଳ୍ପ ପ୍ରଶିକ୍ଷଣ ସଂସ୍ଥାର ବିକାଶ ଉପରେ ବିଶ୍ୱବ୍ୟାଙ୍କ ପଦକ୍ଷେପ ନେଉଥିବାବେଳେ ରାଜ୍ୟ ସରକାରଙ୍କୁ ବିଶ୍ୱବ୍ୟାଙ୍କ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି ସେ ପ୍ରକାଶ କରିଥିଲେ  ।