ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର : ମଞ୍ଚରେ ଅର୍ଦ୍ଧନଗ୍ନ ନୃତ୍ୟ କଲେ ସାହୁ ଭାଉଜ। ଏହାକୁ ଦେଖି ବେଶ୍ ଉପଭୋଗ କଲେ ମାଥିଲି ଥାନା ଆଇଆଇସି। ମହିଳା କଳାକାରଙ୍କ ଅଶ୍ଲୀଳ ନୃତ୍ୟକୁ ଦର୍ଶକଙ୍କ ସହ ଉପଭୋଗ କରୁଥିଲେ ଥାନା ବାବୁ। ଏହି ଭିଡିଓ ଭାଇରାଲ୍ ହେବା ପରେ ଏବେ ଆକ୍ସନ ମୋଡ୍କୁ ଆସିଛି ମାଲକାନଗିରି ପୋଲିସ। ଗୁରୁବାର ମାଲିକାନଗିରି ଥାନା କତାମେଟା ଗାଁରେ ଚିଲିଥିଲା ବାର୍ଷିକ ମହୋତ୍ସବରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ଆଇଟମ ଗାର୍ଲ ସାହୁ ଭାଉଜଙ୍କ ନାଁରେ ମାମଲା ରୁଜୁ। ନିଜ ଆଡୁ ମାମଲା ରୁଜୁ କଲା ମାଲକାନଗିରି ସଦର ଥାନା ପୋଲିସ। ଯାତ୍ରା କମିଟି ଆୟୋଜକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।
ସୂଚନାନୁଯାୟୀ, ଗତ ଗୁରୁବାର ମାଲିକାନଗିରି ଥାନା କତାମେଟା ଗାଁରେ ଚିଲିଥିଲା ବାର୍ଷିକ ମହୋତ୍ସବ। ଏହି ଅବସରରେ ଶ୍ରୀକ୍ଷେତ୍ର ଗଣନାଟ୍ୟ ପକ୍ଷରୁ ଯାତ୍ରା ପରିବେଷଣ ହେଉଥିଲା । ସାହୁ ଭାଉଜ ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଥିଲେ । ସଂଗୀତର ତାଳେତାଳେ ଏହି ଦୃଶ୍ୟକୁ ଉପଭୋଗ କରିଚାଲିଥିଲେ ଦର୍ଶକ । ଏହି ସମୟରେ ଆଗରେ ବସି ଏଭଳି ଦୃଶ୍ୟକୁ ମାଥିଲି ଥାନା ବାବୁ ମଧ୍ୟ ଉପଭୋଗ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଏହାକୁ ସାଧାରଣରେ ନାପସନ୍ଦ କରାଯିବା ସହ ନିନ୍ଦା କରାଯାଇଛି।