ସେଲ୍ଫି ନେବା ହେଲା କାଳ, କାଣ୍ଡିଆ ଜଳପ୍ରପାତରେ ଜଣେ ନିଖୋଜ

 ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ଘଟିଛି ଦୁଖଦଃ ଘଟଣା । ଶଙ୍ଖାଭଙ୍ଗା ପଞ୍ଚାୟତ ସ୍ଥିତ କଣ୍ଡିଆ ଜଳପ୍ରପାତରେ ବୁଡି ଛାତ୍ରଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ସେଲ୍ଫି ନେଉ ନେଉ ଖସିଗଲା ଗୋଡ଼ । ଅକାତ ପାଣି ଭିତରେ ନିଖୋଜ ଛାତ୍ରକୁ ଖୋଜିବାରେ ବିଫଳ ହୋଇଛିି ପ୍ରଶାସନ । 
ମିଳିଥିବା ସୂଚନା ମୁତାବକ କୁଆଖିଆ ଅଞ୍ଚଳ ନରସିଂହପୁର ଗ୍ରାମର ନିଶିକାନ୍ତ ନାୟକ (୧୭) ନାମକ ଛାତ୍ର ଜଣଙ୍କ ସ୍ଥାନୀୟ ଉପେନ୍ଦ୍ରନାଥ ସର୍ଦ୍ଦାର ମହାବିଦ୍ୟାଳୟରେ ପାଠ ପଢ଼ନ୍ତି ।  ସ୍ଥାନୀୟ ଏକ କୋଚିଙ୍ଗ ସେଣ୍ଟରରେ ଟୁ୍ୟସନ ପଢ଼ନ୍ତି । ତେବେ ନବବର୍ଷ ଆସୁଥିବା ଉପଲକ୍ଷେ ଆଜି ପ୍ରାୟ ଏକସହରୁ ଉଦ୍ଧ୍ୱର୍ କୋଚିଙ୍ଗ ସେଣ୍ଟରର ଛାତ୍ରଛାତ୍ରୀ ଦୁଇଟି ବସ ଯୋଗେ ବଣଭୋଜୀ କରିବାକୁ ବାରିପଦା ଠାରୁ ପ୍ରାୟ ଷାଠିଏ କିଲୋମିଟର ଦୂର ସାରସକଣା ବ୍ଲକ ସ୍ଥିତ କାଣ୍ଡିଆ ଜଳପ୍ରପାତକୁ ଆସିଥିଲେ । ସକାଳ ପ୍ରାୟ ଏଗାରଟା ସମୟରେ ପର୍ଯ୍ୟଟନ ସ୍ଥଳରେ ପହଞ୍ଚି ଉସôୁକତାର ସହିତ ପାଞ୍ଚ ଜଣ ଛାତ୍ର ପ୍ରକୃତିକୁ ଉପଭୋଗ କରିବାକୁ ଜଳପ୍ରପାତ ନିକଟକୁ ଯାଇଥିଲେ । ପାହାଡ ଉପରୁ ଖସୁଥିବା ପାଣି ସ୍ଥଳଭାଗ ଛୁଇଁ ବହୁ ଗଭୀର ସୃଷ୍ଟି କରିଥିବା ସ୍ଥାନରେ ବର୍ଷ ତମାମ ପାଣି ସୁଖିନଥାଏ । ସେହି ଗଭୀର ଜଳାଶୟ ନିକଟରେ ସାଙ୍ଗମାନେ ମିଶି ସେଲ୍ଫି ନେଉଥିଲେ । ଅଚାନକ ଭାବେ ନିଶିକାନ୍ତର ଗୋଡ଼ ପଥର ଚଟାଣ ଉପରୁ ଖସିଯାଇଥିଲା । ଫଳରେ ନିଶିକାନ୍ତ ପାଣିରେ ପଡି ଯାଇଥିଲେ । ଘଟଣା ଦେଖି ଲୋକେ ଖୋଜିବାକୁ ଚେଷ୍ଟା କରିଥିଲେ ହେଲେ ପାଇ ନଥିଲେ । ଜାଳପ୍ରପାତର ଗଭୀରତା ବହୁତ ଅଧିକ ଥିବାରୁ ଥଣ୍ଡା ପାଣିରେ ତଳକୁ ଯାଇ ଖୋଜିବା ସାଧାରଣ ଲୋକ ପକ୍ଷେ ସମ୍ଭବ ହୋଇ ନଥିଲା ।  ପରେ ଝାରପୋଖରୀଆ ପୁଲିସକୁ ଖବର ଦେବାପରେ ତୁରନ୍ତ ଅଗ୍ନିଶମ ଭିଭାଗ କର୍ମଚାରୀ ପହଞ୍ଚି ଖୋଜିଥିଲେ ମଧ୍ୟ ବିଫଳ ହୋଇଥିଲେ । ଘଟଣା ବିଷୟରେ ପ୍ରଶାସନକୁ ସୂଚିତ ହେବା ପରେ ମଧ୍ୟ ଓଡ୍ରାଫ୍ଟ ଟିମ ଘଟଣା ସ୍ଥଳରେ ପହଞ୍ଚିନଥିଲେ । ସେହିପରି ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଛାତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା । ପୂର୍ବତନ ବିଧାୟକ ବୁଢାନ ମୁର୍ମୁ ଏହି ଛାତ୍ରମାନଙ୍କ ସହିତ ଭୋଜି କରିବାକୁ ଯାଇଥିବା ଶୁଣିବାକୁ ମିଳିଛି ।  ସେହିପରି ସାରସକଣା ବିଧାୟକ ଭାଦବ ହାଁସଦା କାର୍ଯ୍ୟରେ ବ୍ୟସ୍ତ ଥାଇ ମଧ୍ୟ ଘଟଣା ବାବଦରେ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ଛାତ୍ରଙ୍କ ପରିବାର ଲୋକେ ଦୁଖଃଦ ଘଟଣା କଥା ଶୁଣିବା ସହ ମେଡିକାଲରେ ପହଂଚି ପଚାରି ବୁଝିଥିଲେ ।