"କେଜ୍ରିୱାଲଙ୍କୁ ହଟାଅ' ହାଇକୋର୍ଟ ଗଲେ ପୂର୍ବତନ ଆପ ନେତା

"କେଜ୍ରିୱାଲଙ୍କୁ ହଟାଅ' ହାଇକୋର୍ଟ ଗଲେ ପୂର୍ବତନ ଆପ ନେତା

 ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିନକୁ ଦିନ ଆମ ଆଦମୀ ପାର୍ଟି ସରକାରଙ୍କ ଅଡୁଆ ବଢିବାରେ ଲାଗିଛି । ଏହି ମାମଲାରେ ଆପ୍ ସୁପ୍ରିମୋ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ତେବେ ସେ ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡି ନାହାନ୍ତି । ସେ ଜେଲରେ ରହି ସରକାର ଚଳାଉଛନ୍ତି । ଏହାକୁ ବିରୋଧ କରିଛନ୍ତି ପୂର୍ବତନ ଆପ୍ ନେତା ତଥା ପୂର୍ବତନ ବିଧାୟକ ସନ୍ଦୀପ କୁମାର । 
ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସନ୍ଦୀପ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ । ମୁଖ୍ୟମନ୍ତ୍ରୀ ଜଣେ ଏଭଳି ବ୍ୟକ୍ତି ଯିଏକି ନିଜ ପଦ ସମ୍ଭାଳିବାରେ ଅସମର୍ଥ ଅଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନର ଜଣେ ଭୋଟର ଭାବରେ ସେ ବ୍ୟକ୍ତିଗତ ରୂପେ ଏହାକୁ ନେଇ ବେଶ୍ ବ୍ୟଥିତ ଅଛନ୍ତି ବୋଲି ସେ ନିଜ ଆବେଦନରେ କହିଛନ୍ତି । ସେ ଆହୁରି କହିଛନ୍ତି, ନ୍ୟାୟିକ ହେପାଜତରେ ରହି କେଜ୍ରିୱାଲ କେବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିବେ ନାହିଁ । କେଜ୍ରିୱାଲ ସମ୍ବିଧାନ ଅନୁଯାୟୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟ ସମ୍ପାଦନ କରିବାରେ ଅସମର୍ଥ ଏବଂ ତେଣୁ ସେ ଏହି ପଦବୀରେ ରହିପାରିବେ ନାହିଁ ବୋଲି   ଦ୍ଭ ୭ ପୃଷ୍ଠାରେ...