୨ ଅଭିଯୁକ୍ତ ଗିରଫ; ସୁନା ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର, ୭ା୧ : ୨ଟି ପୃଥକ ମାମଲାରେ ମୈତ୍ରୀବିହାର ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସୁନା, ମୋବାଇଲ ଓ କିଛି ମାରଣାସ୍ତ୍ର ଜବତ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ, ମୟୂରଭଞ୍ଜ ଜିଲ୍ଲାର ଚନ୍ଦନ ବେହେରା ଓ ଜଗତସିଂହପୁରର କାହ୍ନୁ ଚରଣ ପାତ୍ର । ଆଜି ଦୁହିଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କୁ କୋଦାଳରେ ହାଣି ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ମୈତ୍ରୀବିହାର ଥାନା ପୁଲିସ ଜଣେ କାହ୍ନୁ ଚରଣ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଅନ୍ୟ ଏକ ଅଭିଯୋଗରେ ମାଡ ମାରି ସୁନା, ଟଙ୍କା, ମୋବାଇଲ ଲୁଟ୍ କରିଥିବା ଅଭିଯୋଗରେ ମଧ୍ୟ ପୁଲିସ ଜଣେ ଚନ୍ଦନ ବେହେରା ନାମକ ଲୁଟେରାକୁ ଗିରଫ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।