ରୋଗୀ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ : ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ରୋଗୀଙ୍କୁ ନେଇ ବିଶାଖାପାଟଣା ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲକୁ ଚିକିସôା ପାଇଁ ଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଗୋଜପତିନଗର ଥାନା ମଧୂପଦା ଠାରେ ବସ୍ଟି ଏକ ଟ୍ରକ୍ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଣାଗ୍ରସ୍ତ ବସରେ ଯାତ୍ରା କରୁଥିବା ମାଲକାନଗିରି ଜିଲ୍ଲା ପଡ଼ିଆ ଥାନାସ୍ଥ ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଏବଂ ତାଙ୍କ ସାନ ଝିଅଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ଏହା ସହିତ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିବାର ଜଣାପଡିଛି । ମୃତ ସୁବ୍ରତ ରାୟ ବିଜେପି ଦଳର ଏମଭି ୫୮ ଗ୍ରାମର ବୁଥ୍ର ସଭାପତି ଥିଲେ । ସୂଚନା ମୁତାବକ, ବସ୍ଟି ଶୁକ୍ରାବାର ରାତିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ରୋଗୀଙ୍କୁ ବିଶାଖାପାଟଣା ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିସôା ପାଇଁ ନେଇ ଯାଉଥିଲା । ରାସ୍ତାରେ ଯାଉଥିବା ବେଳେ ସାମ୍ନାରେ ଏକ ଟ୍ରକ୍ ଖରାପ ହୋଇ ଛିଡା ହୋଇଥିଲା । କୁହୁଡି ଯୋଗୁଁ ବସ୍ ଚାଳକ ଟ୍ରକ୍କୁ ଦେଖି ପାରି ନଥିଲେ । ଫଳରେ ବସ୍ଟି ଉକ୍ତ ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟିବା ଫଳରେ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିବା ବେଳେ ସୁବ୍ରତ ରାୟ ନାମକ ବ୍ୟକ୍ତି ଏବଂ ତାଙ୍କ ସାନ ଝିଅ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସପହଞ୍ଚି ତଦନ୍ତ ଆରମ୍ଭ କରିଛି ।