ସୀମାନ୍ତରେ ବୋମାକୁ ନିଷ୍କ୍ରିୟ କଲେ ଯବାନ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୨ଟି ଆଇଇଡି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କଲେ ଡିଆରଜିର ଯବାନ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ପେଡାକୋରମା ଗ୍ରାମ ନିକଟ ଜଙ୍ଗଲରେ ଡିଆରଜିର ଯବାନ ମାନେ ତଲାସୀ ଅଭିଯାନ ବେଳେ ମାଓବାଦୀ ଖଞ୍ଜିଥିବା ୨ଟି ବୋମାକୁ ଜବତ କରିଥିଲେ । ଉଦ୍ଧାର ପ୍ରତି ବୋମାର ଓଜନ ପ୍ରାୟ ୫ କିଲୋ ଲେଖାଏଁ ହୋଇଥିବା ବେଳେ ଏହାକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରିଛନ୍ତି ଯବାନ । ମାଓବାଦୀ ମାନେ ସେହି ଅଞ୍ଚଳରେ ଗତ କିଛିଦିନ ପୂର୍ବେ ୩ ଜଣଙ୍କୁ ହତ୍ୟା କରିଥିବା ବେଳେ ତଲାସୀ ଅଭିଯାନ ବଢିବ ବୋଲି ଜାଣି ଯବାନଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଜିଥିଲେ ।