ଗଣକୁକର୍ମ ପୀଡିତାକୁ ଭେଟିଲେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

 ମାଲକାନଗିରି: ବିଜେଡି ଦଳର ରାଜ୍ୟସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମାଲକାନଗିରି ଗସ୍ତରେ ଆସି ଗଣକୁକର୍ମ ମାମଲାର ସତ୍ୟାସତ୍ୟ ଅନୁଧ୍ୟାନ କରି ହସ୍ପିଟାଲରେ ପୀଡିତାକୁ ଭେଟି ଆଲୋଚନା କରିଛନ୍ତି ।  ମାଲକାନଗିରି ଜିଲ୍ଲାରେ ଗତ ରବିବାର ଦିନ ଜଣେ ନାବାଳିକାଙ୍କ ସହ ହୋଇଥିବା ଗଣକୁକର୍ମ  ମାମଲାର ସତ୍ୟତା ସାମ୍ନାକୁ ଆଣିବା ପାଇଁ ଓ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନିମନ୍ତେ ବିଜେଡି ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ ମାଲକାନଗିରି ଗସ୍ତରେ ଆସି ସମୀକ୍ଷା କରିଛନ୍ତି । ବିଜୁ ଜନତା ଦଳର ବରିଷ୍ଠ ବିଜେଡି ନେତା ପୂର୍ବତନ ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ ଜିଲ୍ଲା ଗସ୍ତରେ ଆସି ଗଣ କୁକର୍ମ ମାମଲାର ପୀଡିତାଙ୍କୁ ହସ୍ପିଟାଲରେ ଭେଟି ଆଲୋଚନା କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ପୀଡିତାଙ୍କ ଚିକିସôା ଜାରି ରହିଥିବାବେଳେ ତାଙ୍କ ପରିବାର ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଟିମରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ ବାରିକ, ଉପଧକ୍ଷା କବିତା ମହନ୍ତଙ୍କ ସହ ଦଳର ବରିଷ୍ଠ ନେତୃ ମଣ୍ଡଳୀ, ବିଜେଡି ଦଳର ନିର୍ବାଚିତ ଲୋକପ୍ରତିନିଧି ପ୍ରମୁଖ ସାମିଲ ରହିଥିଲେ । ତେବେ ରାଜ୍ୟରେ ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର, କୁକର୍ମ ଭଳି ଘଟଣାର ଅନ୍ତ ନ ଘଟିବା ଓ ପୀଡିତାମାନଙ୍କୁ ନ୍ୟାୟ ନ ମିଳିବା ଯାଏଁ ବିଜୁ ଜନତା ଦଳର ଏହି ଲଢେଇ ଜାରି ରହିବ ବୋଲି ଦଳୀୟ ନେତୃ ମଣ୍ଡଳୀ ପ୍ରକାଶ କରିଥିଲେ ।