‘ବ୍ଳାକରୋଜ୍‌’ କ୍ୟାପଟେନ କେମିତି ମଲେ ?

BlackRose

‘ବ୍ଳାକରୋଜ୍‌’ କ୍ୟାପଟେନ କେମିତି ମଲେ ?

ଭୁବନେଶ୍ୱର : ବହୁଚର୍ଚ୍ଚିତ ବ୍ଳାକରୋଜ୍‌ ପ୍ରସଙ୍ଗ ପୁଣି କଡ଼ ଲେଉଟାଇଛି  । ଯାହାକୁ ନେଇ ବିଧାନସଭାରେ ବି ପ୍ରଶ୍ନ ଉଠିଛି  । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଛନ୍ତିଯେ, ବ୍ଳାକରୋଜର କ୍ୟାପଟେନ କେମିତି ମଲେ  । ସେ ମରିଗଲେ ନା ମାରି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି  । ଏକଦା ରାଜ୍ୟ ରାଜନୀତିରେ ବ୍ଳାକରୋଜ୍‌ ପ୍ରସଙ୍ଗ ବେଶ୍‌ ଚର୍ଚ୍ଚାରେ ରହିଥିଲା  । ଏହା ପଛରେ ବିଜେଡ଼ିର ଜଣେ ନେତାଙ୍କ ହାତ ରହିଥିବା କଥା କୁହାଯାଉଥିଲା  । ଏନେଇ ବିଜେପି ମଧ୍ୟ ପୂର୍ବରୁ ପ୍ରଣବ ପ୍ରକାଶ ଦାସଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି  । ବ୍ଳାକରୋଜର ବୁଡ଼ିବା ରହସ୍ୟ ଏଯାଏଁ ବି ସ୍ପଷ୍ଟ ହୋଇପାରିନାହିଁ  । ସେଥିରେ କ’ଣ ଆସୁଥିଲା, କିଏ ଆଣୁଥିଲେ, ସେ ଜାହାଜର ପ୍ରକୃତ ମାଲିକ କିଏ, ଛାୟା ମାଲିକ କିଏ, କ’ଣ ପାଇଁ ବୁଡ଼ିଗଲା ଆଦି ଅନେକ ପ୍ରଶ୍ନ ଏବେବି ଅସମାହିତ ରହିଛି  ।