ଦୁର୍ଘଟଣାରେ ଜଣେ ମୃତ, ତିନି ଗୁରୁତର

 ଆସିକା : ଆସିକା ଥାନା ଅନ୍ତର୍ଗତ କରେଞ୍ଜେଇ ନିକଟରେ ଅଜଣା ଗାଡି  ଡାଲା  ଅଟୋକୁ  ଧକ୍କା  ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି । ଆଉ ଅନ୍ୟ ତିନି ଆହତ ହୋଇ ପ୍ରଥମେ ଆସିକା ମେଡିକାଲରେ ପ୍ରାଥମିକ ଚିକିସôା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ମହିଳା ହେଲେ ପଚିଶି ବର୍ଷୀୟ ମାମା ରେଡି  । ଗୁରୁତର ଆହତମାନେ ହେଲେ ପ୍ରିୟଙ୍କା ରେଡି, ସୁମିତ୍ରା ରେଡି, ଶିବ ରେଡି ଏମାନେ ସବୁ ଗୋଟିଏ ପରିବାରର ଏବଂ ଧରାକୋଟ ଥାନା ଅନ୍ତର୍ଗତ ରେଡ଼ି ଦାମୋଦରପଲ୍ଲୀ ବୋଲି ଜଣାପଡିଛି । ସୂଚନା ଥାଉକି ସାନପାଣ୍ଡିଆ ଅଞ୍ଚଳରୁ  ଧାନ ବସ୍ତା ଧରି ଡାଲା ଅଟୋ ଯୋଗେ ନିଜ ଗାଁ ଧରାକୋଟ ଦାମୋଦରପଲ୍ଲୀ କୁ ଆସୁଥିବା ବେଳେ କରେଞ୍ଜେଇ  ନିକଟରେ ଘଟିଲା ଦୁର୍ଘଟଣା । ଖବର ପାଇ ଆସିକା ପୁଲିସ ପଂହଁଚି ମୃତ ଦେହକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ଅଜଣା ଗାଡିି ଫେରାର ଥିବା ଜଣାପଡିଛି ।