ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ:  ଟୁ୍ୟସନ ଶିକ୍ଷକ ଗିରଫ

ପାଲଲହଡା:  ନିଜ ଘରେ ଛାତ୍ର ଏବଂ ଛାତ୍ରୀ ନିବାସ ଖୋଲି କୋଚିଂ ଦେବା ନାମରେ ଟୁ୍ୟସନ କରାଇ ପରୀକ୍ଷାରେ ସର୍ବୋଚ୍ଚÿ ନମ୍ବର ରଖି ପ୍ରତିଶୃତି ଦେଇ ଅଭିଭାବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଶୋଷଣ କରୁଛନ୍ତି କୋଚିଂ ସେଣ୍ଟର ମାଲିକମାନେ । ସେହିପରି ବିଭିନ୍ନ କେଳେଙ୍କାରୀ ସାମ୍ମାକୁ ଆସୁଛି । କୋଚିଂ ସେଣ୍ଟରରେ କୋମଳ ମତି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ନାମରେ ସରକାରଙ୍କ ବିନା ଅନୁମତିରେ କୋଚିଂ ସେଣ୍ଟର ଖୋଲିଥିବା ଜଣେ ଟୁ୍ୟସନ ଶିକ୍ଷକ ନବମ ଶ୍ରେଣୀ ଛାତ୍ରୀକୁ ପ୍ରଲୋଭନ ଦେଖଇ ତାସହିତ ଅଶ୍ଳୀଳ ଫୋଟୋ ଉଠାଇବା ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଦୀର୍ଘ ଦଶ ଦିନ ହେବ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏହାକୁ ନେଇ ସାରା ପାଲଲହଡା ଉପଖଣ୍ଡରେ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ଆରମ୍ଭ ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଗତବର୍ଷ ଏହି କୋଚିଂ ସେଣ୍ଟରରେ ଟୁ୍ୟସନ ହେଉଥିବା ଜୈନିକ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ବବତୀ ହେବା ପରେ ଘଟଣା ପ୍ରଘଟ ହୋଇଥିଲା । ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ନିଜ ଭଡା ଘରେ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସେତେବେଳେ ଏହି ଘଟଣାକୁ ଚପାଇ ଦିଆଯାଇଥିଲା । ପାଲଲହଡା ଟାଉନ ଉପରେ ବିନା ଅନୁମତିରେ ଜୈନିକ ଯୁବକ କୋଚିଂ ସେଣ୍ଟର ଖୋଲି ବ୍ଲାକମେଲିଂ କରି ଲକ୍ଷାଧିକ ଟଙ୍କା ଆଦାୟ କରିବା ସହିତ କୋମଳମତି ଛାତ୍ରୀମାନଙ୍କୁ ମାନସିକ, ଶ୍ରୀରୀରିକ ନିର୍ଯାତନା ଦେବା ଘଟଣା ଲୋକଲୋଚନକୁ ଆସିଛି । ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୀଡିତା ନାବାଳିକା ଛାତ୍ରୀଙ୍କ ମାଆ ପାଲଲହଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରିବା ପରେ ଜଣାପଡିଲା କଳା କାରନାମାର କୁଶ୍ଚିତ କାହାଣୀ । ଅଭିଯୁକ୍ତ ମୁକେଶ କୁମାର ବେହେରାଙ୍କ ବିରୋଧରେ ଚାର୍ଜଫେମ୍ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।